Get Updates
Get notified of breaking news, exclusive insights, and must-see stories!

ଖୋଲାଖୋଲି ସଲମାନଙ୍କୁ ଧମକ ଦେଲେ ଲରେନ୍ସ ବିଷ୍ଣୋଇ

Gangster Lawrence Bishnoi revealed why he wonʼt forgive Salman Khanଖୋଲାଖୋଲି ସଲମାନଙ୍କୁ ଧମକ ଦେଲେ ଲରେନ୍ସ ବିଷ୍ଣୋଇ

ମୁମ୍ବାଇ:ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବିଷୟରେ ଏକ ବଡ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲସେଲର ପଚରାଉଚରା ବେଳେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ (Lawrence Bishnoi) ଏକ ବଡ଼ କଥା କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଲରେନ୍ସ ବିଷ୍ଣୋଇ ପଚରାଉଚରାରେ ସମୟରେ କହିଛନ୍ତି ସେ ବ୍ଲାକବକ୍ ଶିକାର ମାମଲାରେ ସଲମାନ ଖାନଙ୍କୁ କ୍ଷମା କରିବେ ନାହିଁ।

SALMAN

ଲ୍ଲେଖନୀୟ କଥା ହେଉଛି, ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କ୍ରମାଗତ ଭାବରେ ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରୁଛି। ଇ-ଟାଇମ୍ସର ଖବର ଅନୁଯାୟୀ ଲରେନ୍ସ ବିଷ୍ଣୋଇ କହିଛି ଯେ ବ୍ଲାକବକ୍ ଶିକାର ମାମଲାରେ 'ମୁଁ ସଲମାନ ଖାନଙ୍କୁ କ୍ଷମା କରିବି ନାହିଁ। ଏହି ମାମଲାରେ ସଲମାନ ଖାନଙ୍କ ଦଣ୍ଡ ଉପରେ କୋର୍ଟ ନିଷ୍ପତ୍ତି ନେବେ ନାହିଁ। ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ସର୍ବସାଧାରଣରେ ବାହାରକୁ ଆସି ଆମ ସମ୍ପ୍ରଦାୟର ଲୋକଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। ଯଦି ସଲମାନ ଏପରି ନ କରନ୍ତି ତେବେ ଆମ ତାଙ୍କୁର ହତ୍ୟା କରିବୁ।'

୧୯୯୮ ମସିହାରେ ଫିଲ୍ମ ହମ୍ ସାଥ୍-ସାଥ୍ ହେଁ ସୁଟିଂ ସମୟରେ ସଲମାନ ଖାନଙ୍କୁ ରାଜସ୍ଥାନରେ ବ୍ଲାକବକ୍ ଶିକାର ମାମଲା ଦାୟର କରାଯାଇଥିଲା। ଯେଉଁଥି ପାଇଁ ପାଇଁ ସଲମାନ ଖାନଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା । ଯେହେତୁ ରାଜସ୍ଥାନର ବିଷ୍ଣୋଇ ସମାଜ କଳା ହରିଣକୁ ପୂଜା କରନ୍ତି । ବିଷ୍ଣୋଇ ସମ୍ପ୍ରଦାୟ ବ୍ଲାକବକ୍ ବା କଳାହରିଣକୁ ନିଜ ଧାର୍ମିକ ଗୁରୁଙ୍କ ପୁନର୍ଜନ୍ମ ଭଳି ପୂଜା କରନ୍ତି । ତେବେ ଲରେନ୍ସ ବିଷ୍ଣୋଇ ମଧ୍ୟ ଏହି ସମ୍ପ୍ରଦାୟର ଅଟନ୍ତି । ଏପରି ପରିସ୍ଥିତିରେ, ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କ ଜୀବନର ଶତ୍ରୁ ପାଲଟିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+