Get Updates
Get notified of breaking news, exclusive insights, and must-see stories!

ମହାତ୍ମା ଗାନ୍ଧୀ ବାୟୋପିକ: ଗାନ୍ଧୀ ଭୂମିକାରେ ନଜର ଆସିବେ ପ୍ରତୀକ ଗାନ୍ଧୀ

ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ଅଭିନେତା ପ୍ରତୀକ ଗାନ୍ଧୀ । ଆପ୍ଲୋଜ ଏଣ୍ଟରଟେନମେଣ୍ଟ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି।

ମୁମ୍ବାଇ: ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ଅଭିନେତା ପ୍ରତୀକ ଗାନ୍ଧୀ । ଆପ୍ଲୋଜ ଏଣ୍ଟରଟେନମେଣ୍ଟ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି। ଏହି ବାୟୋପିକରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଚିତ୍ରଣ କରି ଭାରତୀୟ ସ୍ୱାଧୀନତାର ସମୟକୁ ଜୀବନ୍ତ କରାଯିବ । ପ୍ରତୀକ ବିଶେଷ ଭାବରେ 'ସ୍କାମ 1992 - ହର୍ଷଦ ମେହେଟ୍ଟା ଷ୍ଟୋରୀ' ପାଇଁ ଜଣାଶୁଣା ।

prateek

ଏହି ମଲ୍ଟି ସିଜନ୍ ସିରିଜ୍ ପ୍ରଖ୍ୟାତ ଐତିହାସକାର ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଲେଖା ଉପରେ ଆଧାରିତ ହେବ । ତାଙ୍କର ଦୁଇଟି ପ୍ରସିଦ୍ଧ ପୁସ୍ତକ 'ଗାନ୍ଧୀ: ଭାରତ ସେ ପେହଲେ' ଏବଂ 'ଗାନ୍ଧୀ: ଦି ଇୟର୍ସ ଦ୍ୟାଟ ଚେନଜ ଦି ୱାର୍ଲ୍ଡ ' ରୁ ନିଆଯିବ । ଏହାର ସୁଟିଂ ଭାରତର ସମେତ ବିଶ୍ବର ବିଭିନ୍ନ ସ୍ଥାନରେ କରାଯିବ। ଆପ୍ଲୋଜ ଏଣ୍ଟରଟେନମେଣ୍ଟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛି ।

'ଗାନ୍ଧୀବାଦୀ ଦର୍ଶନ ଏବଂ ସେମାନଙ୍କର ମୂଲ୍ୟବୋଧ ଉପରେ ମୋର ଦୃଢ ବିଶ୍ୱାସ ରହିଛି। ବ୍ୟକ୍ତିଗତ ଭାବରେ, ମୁଁ ନିଜେ ମୋର ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଗ୍ରହଣ କରିବାକୁ ଚେଷ୍ଟା କରେ । ଥିଏଟର ଦିନରୁ ହିଁ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ମୋ ହୃଦୟର ଅତି ନିକଟତର । ପୁଣି ଥରେ ପରଦାରେ ଜଣେ ମହାନ ନେତାଙ୍କ ଭୂମିକା ନିଭାଇବାର ସୁଯୋଗ ମିଳୁଛି, ଏହା ମୋ ପାଇଁ ବହୁତ ବଡ କଥା ବୋଲି ପ୍ରତୀକ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+