For Quick Alerts
Turn On Notification  
For Daily Alerts
Oneindia App Download

ମହାତ୍ମା ଗାନ୍ଧୀ ବାୟୋପିକ: ଗାନ୍ଧୀ ଭୂମିକାରେ ନଜର ଆସିବେ ପ୍ରତୀକ ଗାନ୍ଧୀ

ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ଅଭିନେତା ପ୍ରତୀକ ଗାନ୍ଧୀ । ଆପ୍ଲୋଜ ଏଣ୍ଟରଟେନମେଣ୍ଟ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି।

|

ମୁମ୍ବାଇ: ଖୁବ୍ ଶୀଘ୍ର ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବେ ଅଭିନେତା ପ୍ରତୀକ ଗାନ୍ଧୀ । ଆପ୍ଲୋଜ ଏଣ୍ଟରଟେନମେଣ୍ଟ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଏକ ବାୟୋପିକ୍ କରିବାକୁ ଘୋଷଣା କରିଛି। ଏହି ବାୟୋପିକରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଚିତ୍ରଣ କରି ଭାରତୀୟ ସ୍ୱାଧୀନତାର ସମୟକୁ ଜୀବନ୍ତ କରାଯିବ । ପ୍ରତୀକ ବିଶେଷ ଭାବରେ 'ସ୍କାମ 1992 - ହର୍ଷଦ ମେହେଟ୍ଟା ଷ୍ଟୋରୀ' ପାଇଁ ଜଣାଶୁଣା ।

prateek

ଏହି ମଲ୍ଟି ସିଜନ୍ ସିରିଜ୍ ପ୍ରଖ୍ୟାତ ଐତିହାସକାର ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଲେଖା ଉପରେ ଆଧାରିତ ହେବ । ତାଙ୍କର ଦୁଇଟି ପ୍ରସିଦ୍ଧ ପୁସ୍ତକ 'ଗାନ୍ଧୀ: ଭାରତ ସେ ପେହଲେ' ଏବଂ 'ଗାନ୍ଧୀ: ଦି ଇୟର୍ସ ଦ୍ୟାଟ ଚେନଜ ଦି ୱାର୍ଲ୍ଡ ' ରୁ ନିଆଯିବ । ଏହାର ସୁଟିଂ ଭାରତର ସମେତ ବିଶ୍ବର ବିଭିନ୍ନ ସ୍ଥାନରେ କରାଯିବ। ଆପ୍ଲୋଜ ଏଣ୍ଟରଟେନମେଣ୍ଟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛି ।

'ଗାନ୍ଧୀବାଦୀ ଦର୍ଶନ ଏବଂ ସେମାନଙ୍କର ମୂଲ୍ୟବୋଧ ଉପରେ ମୋର ଦୃଢ ବିଶ୍ୱାସ ରହିଛି। ବ୍ୟକ୍ତିଗତ ଭାବରେ, ମୁଁ ନିଜେ ମୋର ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଗ୍ରହଣ କରିବାକୁ ଚେଷ୍ଟା କରେ । ଥିଏଟର ଦିନରୁ ହିଁ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ମୋ ହୃଦୟର ଅତି ନିକଟତର । ପୁଣି ଥରେ ପରଦାରେ ଜଣେ ମହାନ ନେତାଙ୍କ ଭୂମିକା ନିଭାଇବାର ସୁଯୋଗ ମିଳୁଛି, ଏହା ମୋ ପାଇଁ ବହୁତ ବଡ କଥା ବୋଲି ପ୍ରତୀକ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
pplause Entertainment is all set to bring alive a sweeping tale of the Indian Independence seen through the life and times of Mahatma Gandhi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X