Ganapath Teaser: ରିଲିଜ୍ ହେଲା 'ଗଣପତ'ର ଦମଦାର୍ ଟିଜର୍, ଏହି ତାରିଖରେ ହେବ ରିଲିଜ୍

Ganapath Teaser Out: ବଲିଉଡ ଅଭିନେତା ଟାଇଗର ସରଫ୍ ବର୍ତ୍ତମାନ ଅଛନ୍ତି ଲାଇମଲାଇଟରେ । କାରଣ ଅଭିନେତାଙ୍କ ଆଗାମୀ ଫିଲ୍ମ 'ଗଣପତ'ର ଦମଦାର୍ ଟିଜର ରିଲିଜ୍ ହୋଇଯାଇଛି । ତେବେ ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ କରୁଛି ମତୁଆଲା ।

Ganapath Teaser Out:

Ganapath

ସିନେମାର ଟିଜର ୨୦୭୦ A.D ଲେଖାରୁ ଆରମ୍ଭ ହୋଇଛି । ଯେଉଁଥିରେ ଟାଇଗରଙ୍କୁ କ୍ୟାମେରା ଆଡକୁ ପଛ କରି ବସିଥିବାର ଦେଖିବା ପାଇଁ ମିଳୁଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଫିଲ୍ମରେ ଟାଇଗର ଗଣପତି ଭୂମିକାରେ ନଜର ଆସୁଛନ୍ତି ।

ଟାଇଗର ଶ୍ରଫଙ୍କ ପାୱାର ପ୍ୟାକ୍ ଆକ୍ସନରୁ ଫିଲ୍ମର ଟିଜର ଆରମ୍ଭ ହୋଇଛି । ଯେଉଁଥିରେ ବଗ୍ ବିଙ୍କ ଜବରଦସ୍ତ ସ୍ୱର ଶୁଣିବା ପାଇଁ ମିଳୁଛି । ଟିଜର ଆରମ୍ଭରୁ ଲାଗୁଛି ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ । ଟିଜରରେ ରୋବଟ୍ ଫାଇଟରମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଲିଉଡ ଫିଲ୍ମରେ ଦେଖିବା ପାଇଁ ମିଳି ନଥିଲା । ହେଲେ ଫିଲ୍ମରେ ଚାର ଚାନ୍ଦ ଲଗାଇଥି ଟାଇଗରଙ୍କ ଆକ୍ସନ ।

ଫିଲ୍ମ 'ଗଣପତ' 20 ଅକ୍ଟୋବର 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିକାଶ ବହଲ। ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଲୋକମାନେ ଫିଲ୍ମର ଟିଜରକୁ ବହୁତ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଟ୍ରେଣ୍ତରେ ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା ପୂଜା ଏଣ୍ଟରଟେନମେଣ୍ଟ ଏବଂ ଜ୍ୟାକି ଭଗନାନୀଙ୍କ ଦ୍ୱାରା ନିର୍ମିତ । ଏହି ଫିଲ୍ମକୁ ନେଇ ଜ୍ୟାକି ଭଗନାନୀ କହିଛନ୍ତି, ଏହି ପ୍ରୋଜେକ୍ଟକୁ ନେଇ ଆମେ ଖୁବ ଉତ୍ସାହିତ ଅଛୁ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+