ରାମ କରଣଙ୍କ ଫିଲ୍ମ 'Game Changer' ସାଜିଲା ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ
Game Changer Box Office Collection Day 1: ସାଉଥ୍ ଅଭିନେତା ରାମ ଚରଣଙ୍କ ବିଗ୍ ବଜେଟ୍ ଫିଲ୍ମ ଗେମ୍ ଚେଞ୍ଜର୍ ଜାନୁଆରୀ ୧୦ ତାରିଖରେ ସାରା ବିଶ୍ୱର ସିନେମା ହଲରେ ମୁକ୍ତିଲାଭ କରିଛି। ମକର ସଂକ୍ରାନ୍ତୀଏବଂ ପୋଙ୍ଗଲର ପର୍ବ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଫିଲ୍ମର ଆୟ ବିଷୟରେ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଫିଲ୍ମର ଆରମ୍ଭ ଜବରଦସ୍ତ ରହିବ ।
ଗେମ୍ ଚେଞ୍ଜର, ଯାହା ମୂଳତଃ ତେଲୁଗୁରେ ନିର୍ମିତ ଏବଂ ହିନ୍ଦୀ ସମେତ ଅନ୍ୟ କେତେକ ଭାରତୀୟ ଭାଷାରେ ମୁକ୍ତିଲାଭ କରିଥିଲା, ପ୍ରଥମ ଦିନ ସନ୍ଧ୍ୟା 5:05 ସୁଦ୍ଧା 22.67 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ଆଗକୁ ଏହି ସଂଖ୍ୟାରେ ପରିବର୍ତ୍ତନର ମଧ୍ୟ ହୋଇପାରେ ।

ଗେମ୍ ଚେଞ୍ଜର୍ କେବଳ ଏହି ବର୍ଷ ରିଲିଜ୍ ହୋଇଥିବା ସବୁଠାରୁ ବଡ଼ ଭାରତୀୟ ଫିଲ୍ମ ନୁହେଁ, ବରଂ ଏହି ବର୍ଷ ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଫିଲ୍ମ ମଧ୍ୟରୁ ସବୁଠାରୁ ବଡ଼ ଓପନିଂ ଫିଲ୍ମ ମଧ୍ୟ ହୋଇଛି। ଫିଲ୍ମ ସହିତ ସୋନୁ ସୁଦଙ୍କ ଫତେହ ମଧ୍ୟ ରିଲିଜ୍ ହୋଇଛି, କିନ୍ତୁ ଏହାର ପ୍ରଥମ ଦିନର ଆୟ କିଛି ଖାସ ରହି ନାହିଁ । ଗେମ୍ ଚେଞ୍ଜର ପ୍ରାୟ ୪୫୦ କୋଟି ଟଙ୍କାର ମେଗା ବଜେଟରେ ତିଆରି ନିର୍ମାଣ କରାଯାଇଛି ।
ଗେମ୍ ଚେଞ୍ଜର୍'ରେ ରାମ ଚରଣଙ୍କ ବ୍ୟତୀତ, କିଆରା ଆଡଭାନୀ, ଦିଲ ରାଜୁ, ଜୟରାମ, ନାସେର, ଏସଜେ ସୂର୍ଯ୍ୟ, ଅଞ୍ଜଳି ଭଳି ଅନେକ ଅଭିନେତା ଗେମ ଚେଞ୍ଜରରେ ନଜର ଆସୁଛନ୍ତି । ଫିଲ୍ମର କାହାଣୀ ଶିବାଜୀ ଦ ବସ୍ ଭଳି ଅନେକ ଫିଲ୍ମରେ ପୂର୍ବରୁ ଦେଖାଯାଇଥିବା କାହାଣୀ ସହିତ ସମାନ।












Click it and Unblock the Notifications