67th National Film Award List: ସୁଶାନ୍ତ ସିଂଙ୍କ 'ଛିଛୋରେ' ଶ୍ରେଷ୍ଠ ଚଳଚ୍ଚିତ୍ର, କଙ୍ଗନା ରାନାୱତ ଶ୍ରେଷ୍ଠ ଅଭିନେତ୍ରୀ
ଜାତୀୟ ଚଳଚ୍ଚିତ୍ର ପୁରସ୍କାରର 67 ତମ ସମାରୋହ ଆଜି ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି
67th National Film Award List: ଜାତୀୟ ଚଳଚ୍ଚିତ୍ର ପୁରସ୍କାରର 67 ତମ ସମାରୋହ ଆଜି ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଠାରେ 2019 ରେ ନିର୍ମିତ ଚଳଚ୍ଚିତ୍ର ଏବଂ ସେମାନଙ୍କ ଅଭିନେତାମାନଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ହେତୁ ଏହି ସମାରୋହକୁ ପୂର୍ବରୁ ସ୍ଥଗିତ ରଖାଯାଇଥିଲା।

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ 'ଛିଛୋରେ' ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଛି। କଙ୍ଗନା ରାନାୱତ ମାଣିକର୍ଣ୍ଣିକା ଏବଂ ପଙ୍ଗା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ମନୋଜ ବାଜପେୟୀ ଭୋସଲେ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା:
- ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ- ସିକିମ୍
- ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ- ସୋହିନୀ ଚଟ୍ଟୋପାଧ୍ୟାୟ
- ବେଷ୍ଟ ଫିଚର୍ ଫିଲ୍ମ (ହରିୟାନଭି)- ଛୋରିଆଁ ଛୋରେ ସେ କମ ନେହିଁ
- ବେଷ୍ଟ ଫିଚର୍ ଫିଲ୍ମ (ତେଲୁଗୁ)- ଜର୍ସି
- ବେଷ୍ଟ ଫିଚର୍ ଫିଲ୍ମ (ତାମିଲ)- ଅସୁରାନ୍
- ବେଷ୍ଟ ଫିଚର୍ ଫିଲ୍ମ (ଓଡିଆ)- ଶଲା ବୁଢାର୍ ବଦଲା ଏବଂ କାଲିର ଅତୀତ
- ବେଷ୍ଟ ଫିଚର୍ ଫିଲ୍ମ (ମରାଠୀ)- ବାର୍ଡୋ
- ବେଷ୍ଟ ଫିଚର୍ ଫିଲ୍ମ (କନ୍ନଡ)- ଅକ୍ଷୀ
- ବେଷ୍ଟ ହିନ୍ଦୀ ଫିଲ୍ମ (ହିନ୍ଦୀ)- ଛିଛୋରେ
- ଶ୍ରେଷ୍ଠ ମେଲ ପ୍ଲେ-ବ୍ୟାକ ସିଙ୍ଗର- P Praak (Kesari - Teri Mitti)
- ଶ୍ରେଷ୍ଠ ଅଭିନେତ୍ରୀ - କଙ୍ଗନା ରାନାୱତ (ପଙ୍ଗା ଏବଂ ମାଣିକର୍ଣ୍ଣିକା)
- ଶ୍ରେଷ୍ଠ ଅଭିନେତା- ମନୋଜ ବାଜପେୟୀ (ଭୋସଲେ), ଧନୁଷ (ଅସୁରାନ୍)
- ଶ୍ରେଷ୍ଠ ନିର୍ଦ୍ଦେଶକ - ସଞ୍ଜୟ ପୁରୀ ସିଂ ଚୌହାନ (ଭଟ୍ଟର ହୁରେନ୍)
- ବେଷ୍ଟ ପପୁଲାର ଫିଲ୍ମ- ମହର୍ଷି












Click it and Unblock the Notifications