ରିଲିଜ୍ ପୂର୍ବରୁ ଅନଲାଇନ୍ ଲିକ୍ ହେଲା ଫୁକରେ-୩ ! ଜାଣନ୍ତୁ ଭାଇରାଲ ହେଉଥିବା ଲିଙ୍କର ସତ୍ୟତା
ରିଚା ଚଢା, ପୁଲକିତ ସମ୍ରାଟ, ବରୁଣ ଶର୍ମା ଏବଂ ମଞ୍ଜୋତ୍ ସିଂଙ୍କ ଫିଲ୍ମ ଫୁକରେ-3 ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ଏହା ହେଉଛି ଫୁକରେର ତୃତୀୟ ସିକ୍ୱେଲ୍ । ଏହି ଚଳଚ୍ଚିତ୍ର ଏକ କମେଡି ଫିଲ୍ମ । ଯାହା ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଥିଲା ।
ଫୁକରେ ସେପ୍ଟେମ୍ବର 28 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ରିଲିଜ୍ ହେବାର ଦୁଇ ଦିନ ପୂର୍ବରୁ #ଫୁକରେ-3 ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । କିଛି ୟୁଜର୍ସ ଦାବି କରିଛନ୍ତି ଯେ, ଏହି ଫିଲ୍ମ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଲୋକମାନେ ସୋସିଆଲ ମିଡିଆରେ ଫୁକରେର ପୁରା ଫିଲ୍ମ ର ଲିଙ୍କ୍ ସେୟାର କରୁଛନ୍ତି । କିଛି ଲୋକେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାଇରାଲ ହେଉଥିବା ଏହି 2:30 ଘଣ୍ଟା ଭିଡିଓରେ ଟିଜର, ଟ୍ରେଲର ଏବଂ ଗୀତ ରହିଛି । ଏହି ଫିଲ୍ମ ଲିକ୍ ହୋଇନାହିଁ। ଭାଇରାଲ୍ ହେବାକୁ ଥିବା ଲିଙ୍କ୍ ଭୁଲ ଅଟେ । ଫିଲ୍ମ ବଦଳରେ ଏଥିରେ କେବଳ ଟ୍ରେଲର ଏବଂ ଟିଜର ଦେଖିବା ପାଇଁ ମିଳୁଛି । ତେବେ ଯଦି ଆପଣ ଫୁକରେ ଦେଖିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଏହାକୁ ବାତିଲ କରନ୍ତୁ ନାହିଁ । ଫୁକରେରେ ହନି, ଲାଲୀ, ଚୁଚା ଏବଂ ଭୋଲା ପଞ୍ଜାବନ ପୁଣି ଲୋକଙ୍କ ମନୋରଞ୍ଜନ କରିବାକୁ ଅଛନ୍ତି ରେଡି । ଏହା ସହିତ ପଙ୍କଜ ତ୍ରିପାଠୀଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ।
ଫୁକରେ ୩ ପୂର୍ବରୁ 7 ସେପ୍ଟେମ୍ବର 2023 ରେ ରିଲିଜ ହେବାର ଥିଲା। ହେଲେ ବର୍ତ୍ତମାନ 1 ଡିସେମ୍ବର 2023ରେ ରିଲିଜ୍ ହେବ । ହେଲେ ବର୍ତ୍ତମାନର ସୁଚନା ଅନୁସାରେ ଏହି ଫିଲ୍ମ ୨୮ ସେପ୍ଚେମ୍ବରରେ ରିଲିଜ୍ ହେବ ।












Click it and Unblock the Notifications