Get Updates
Get notified of breaking news, exclusive insights, and must-see stories!

ହିରୋ ଅପେକ୍ଷା ଭିଲେନ୍ ସାଜି କଲେ ଦର୍ଶକଙ୍କ ମନରେ ରାଜ

Year Ender 2024: ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ଅନେକ ବଲିଉଡ ହିରୋ ଭିଲେନ୍ ସାଜି ବକ୍ସଅଫିସରେ କରିଥିଲେ ରାଜ୍ । ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିବା ସହ ସିନେମା ଜଗତରେ ଏକ ନୂଆ ଛାପା ଛାଡିଯାଇଛନ୍ତି ।

R Madhavan

ଏପରିକି ପ୍ରଶଂସକମାନେ ତାଙ୍କୁ ହିରୋ ଅପେକ୍ଷା ଅଧିକ ଭିଲେନ୍ ଭୂମିକାରେ ଗ୍ରହଣ କରିବା ସହ ଭଲ ପାଇବା ଦେଇଛନ୍ତି। ବଡ ବଜେଟ୍ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି OTT ପ୍ଲାଟଫର୍ମ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନକାରାତ୍ମକ ଭୂମିକା ଗ୍ରହଣ କରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ।

2024 ମସିହାରେ ପାଞ୍ଚଜଣ ଏପରି ବଡ଼ ଅଭିନେତା ଅଛନ୍ତି ଯେଉଁ ମାନେ ଚଳିତ ବର୍ଷ ସିନେମା ଜଗତରେ ନିଜ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ଏବଂ ତାଙ୍କୁ ବେଶ୍ ଭଲ ପାଇବା ମଧ୍ୟ ମିଳିଥିଲା ।

ଅର୍ଜୁନ କପୁର ହିରୋ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ନିକଟରେ ସେ ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ ଏଗେନରେ ନଜର ଆସିଥିଲେ । ସେ ଫିଲ୍ମରେ ଡେଞ୍ଜର ଲଙ୍କାର ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତାଙ୍କର ଅଭିନୟରେ ଚାରଚାନ୍ଦ ଲଗାଇଥିଲା ତାଙ୍କ ଲୁକ୍ । ଭିଲେନ୍ ଭୂମିକାରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ସାଉଁଟିଥିଲା। ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ​​ ।

ବିକ୍ରାନ୍ତ ମେସି ଚଳିତ ବର୍ଷ ଅନେକ ଫିଲ୍ମ ପାଇଁ ରହିଥିଲେ ଚର୍ଚ୍ଚା । ତାଙ୍କ ପ୍ରତ୍ୟେକ ଭୂମିକା ଦର୍ଶକଙ୍କ ମନ ଜିଣିଥିଲା । ଚଳିତ ବର୍ଷ ସେକ୍ଟର 36 ରେ ପ୍ରଥମ ଥର ପାଇଁ ଏକ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଭିଲେନ୍ ଭୂମିକା ଦର୍ଶକଙ୍କ ମନ ଜିଣିଥିଲା । ଅଭିନେତାଙ୍କୁ ପ୍ରଥମ ଥର ପାଇଁ ଏକ ନକାରାତ୍ମକ ଭୂମିକାରେ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+