ଏମର୍ଜେନ୍ସିର ପ୍ରଦର୍ଶନକୁ ନେଇ ବ୍ରିଟେନରେ ବିକ୍ଷୋଭ

ଫିଲ୍ମ 'ଏମର୍ଜେନ୍ସି'ର ପ୍ରଦର୍ଶନକୁ ନେଇ ବ୍ରିଟେନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଚିନ୍ତା ପ୍ରକଟ କରିଛି। ଅନୁମତିପ୍ରାପ୍ତ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ପାଇଁ ବ୍ରିଟେନ ସରକାର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଅନେକ ଖବର ଦେଖିଛୁ ଯେ ଅନେକ ପ୍ରେକ୍ଷାଳୟରେ ଫିଲ୍ମ ପ୍ରଦର୍ଶିତ ହେଉଛି, କିନ୍ତୁ ଏହାର ପ୍ରଦର୍ଶନରେ ବାଧା ରହିଛି।

Emergency Movie

ଭାରତ ବିରୋଧୀ ତତ୍ତ୍ୱ ଏବଂ ଧମକଦେବା ଘଟଣା କୁ ନେଇ ଆମେ ବ୍ରିଟେନ ସରକାରଙ୍କ ସହ ନିରନ୍ତର ଆଲୋଚନା କରୁଛୁ । ଯେଉଁମାନେ ଫିଲ୍ମର ପ୍ରଦର୍ଶନରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଦାୟୀ କରାଯିବା ଉଚିତ। ବ୍ରିଟିଶ ଶିଖ୍ ଗୋଷ୍ଠୀଙ୍କ ବିରୋଧ ଯୋଗୁଁ ବର୍ମିଂହାମ, ୱଲଭରହାମ୍ପଟନ୍ ଏବଂ ପଶ୍ଚିମ ଲଣ୍ଡନର କିଛି ଅଞ୍ଚଳରେ ସିନେମା ହଲ୍ ଗୁଡ଼ିକ ପ୍ରଦର୍ଶନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଶିଖ୍ ବିରୋଧୀ ପ୍ରଚାର ବୋଲି ସମାଲୋଚନା କରାଯାଇଛି ଏବଂ ଚଳିତ ସପ୍ତାହ ଶେଷରେ ଅନ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଛି।

ଫିଲ୍ମ 'ଏମର୍ଜେନ୍ସି' ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଭାରତରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଆଧାରରେ ନିର୍ମିତ । ଏଥିରେ ଅଭିନେତ୍ରୀ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+