ରଣବୀର ଆହ୍ଲାବାଦିଆଙ୍କୁ WWE ର ରେସଲର୍ ଦେଲେ ଧମକ, କହିଲେ ‘ମୋ ହାବୁଡରେ ପଡିଲେ....

କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିବା ପାଇଁ ରଣବୀର ଆହ୍ଲାବାଦିଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରଣବୀର ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି । କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସୌରଭ ରଣବୀରଙ୍କୁ ଧମକ ଦେଇଛନ୍ତି ।

ସୌରଭ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡରେ ଯଦି କେବେ ପଡନ୍ତି, ତେବେ ତାଙ୍କୁ ସିକ୍ୟୁରିଟିମାନେ ବି ବଞ୍ଚାଇପାରିବେ ନାହଁ । ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ରଣବୀର ଆହ୍ଲାବାଦିଆଙ୍କୁ ଅଭଦ୍ର କମେଣ୍ଟ ପାଇଁ କ୍ଷମା କରାଯାଇପାରିବନି । ଏଥିସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ranveer allahbadia

ଭିଡିଓରେ ସୌରଭ କହିଛନ୍ତି , ହାତ ଯୋଡ଼ି କହୁଛି ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ରଣବୀର ଭଳି ଲୋକ ବାପା-ମା'ଙ୍କୁ ନେଇ ଯଦି ଏତେ ଖରାପ ଟିପ୍ପଣୀ ଦେଉଛନ୍ତି , ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଏଭଳି ଲଜ୍ଜାହୀନ ମଣିଷ କେମିତି ନିଜ ବାପାମା'ଙ୍କ ସହ ଆଖି ମିଳାଉଥିବେ । ମତେ ରଣବୀରଙ୍କ ଟିପ୍ପଣୀ ଏତେ ଖରାପ ଲାଗିଛି ଯେ ଯଦି ସେ ମୋ ସାମ୍ନାକୁ ଆସିବେ ସିକ୍ୟୁରିଟି ତ ଦୂରର କଥା ଦୁନିଆର କୌଣସି ଶକ୍ତି ମୋ ଠାରୁ ତାଙ୍କୁ ବଞ୍ଚାଇ ପାରିବନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+