ରାମସେତୁ ବିବାଦ: ଅକ୍ଷୟ କୁମାରଙ୍କୁ ନୋଟିସ ପଠାଇଲେ ସୁବ୍ରମଣ୍ୟମ ସ୍ୱାମୀ
Former Rajya Sabha MP And BJP Leader Subramanian Swamy Sent A Legal Notice To Actors Akshay Kumar, Jacqueline Fernandez, and Others Including The Film Makers.ରାମସେତୁ ବିବାଦ:ଅକ୍ଷୟ କୁମାରଙ୍କୁ ନୋଟିସ ପଠାଇଲେ ସୁବ୍ରମଣ୍ୟମ ସ୍ୱାମୀ
ମୁମ୍ବାଇ: ବଲିଉଡରେ ପ୍ରତ୍ୟକ ଦିନ ନୂଆ ନୂଆ ବିବାଦ ଦେଖିବା ପାଇଁ ମିଳୁଛି । ଷ୍ଟାରଙ୍କ ପିଛା ଛାଡୁ ନାହିଁ କଣ୍ଟ୍ରୋଭର୍ସି । ଏବେ ଅକ୍ଷୟ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଫିଲ୍ମ ରାମସେତୁକୁ ନେଇ ଦେଖାଦେଇଛି ବିବାଦ । ଫିଲ୍ମ ପାଇଁ ଅକ୍ଷୟଙ୍କ ସମେତ ଅଭିନେତ୍ରୀ ଜ୍ୟାକଲିନ୍ , ଓ ଫିଲ୍ମର ନିର୍ମାତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

It is amusing tweets with 0 to 25 followers are agitated at my sending a Legal Notice to Sin e Ma actor and cohorts for fabricating the Ram Setu sacred narrative. Sri Ram is Maryada Purushottam and Vishnu Avatar. Rama’s love for Sita cannot be sullied to please the benefactors
— Subramanian Swamy (@Swamy39) August 28, 2022
ଅକ୍ଷୟ କୁମାରଙ୍କ ଫିଲ୍ମ ରାମ ସେତୁଉପରେ ନିର୍ମିତ । ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଫିଲ୍ମରେ ଭୁଲ ତଥ୍ୟ ଦର୍ଶାଯାଇଛି । ଯେଉଁଥି ପାଇଁ ସେ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଟିମ ଦାୟୀ କରିଛନ୍ତି । ଏ ନେଇ ଟ୍ୱିଟ୍ କରି ସୂଚାନ ଦେବା ସହ ଅକ୍ଷୟ ଓ ତାଙ୍କ ଟିମକୁ ସମାଲୋଚନା ମଧ୍ୟ କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି'ମୁମ୍ୱାଇ ସିନେମା (ସିଏନ-ଏ-ମା)ର ଲୋକଙ୍କୁ ମିଛ କହିବା ଏବଂ ଭୁଲ ତଥ୍ୟ ଦେବାର ଖରାପ ଅଭ୍ୟାସ ରହିଛି । ଏଥିପାଇଁ ବୌଦ୍ଧିକ ସମ୍ପଦ ଅଧିକାର ଶିକ୍ଷା ଦେବା ପାଇଁ ମୁଁ ଆଇନଜୀବୀ ସତ୍ୟ ସଭରୱାଲାଙ୍କ ମାଧ୍ୟମରେ ରାମ ସେତୁ ଗାଥାକୁ ବିକୃତ କରିବା ନେଇ ଅଭିନେତା ଅକ୍ଷୟ କୁମାର (ଭାଟିଆ) ଏବଂ ୮ ଜଣଙ୍କୁ ଲିଗଲ ନୋଟିସ ଜାରି କରିଛି ।
Dr #SubramanianSwamy sends legal notice to actors, makers of Akshay Kumar-starrer 'Ram Setu' #RamSethu @Swamy39 @jagdishshetty #RamSetuhttps://t.co/8A5PdNjz1U
— Tejas (@NAVANGULTEJAS) August 28, 2022
ଆସନ୍ତା ଅକ୍ଟୋବର ୨୪ରେ ଫିଲ୍ମ 'ରାମସେତୁ' ରିଲିଜ୍ ହେବା ପାଇଁ ଯାଉଛି । ଯାହାକୁ ନେଇ ବାରମ୍ବାର ବିବାଦ ଦେଖିବା ପାଇଁ ମିଳୁଛି । ଫିଲ୍ମ ପୋଷ୍ଟର ରିଲିଜ୍ ହେବା ପରେ ମଧ୍ୟ ଏହା ଟ୍ରୋଲର ଶିକାର ହୋଇଥିଲା । ପୂର୍ବରୁ ମଧ୍ୟ ଫିଲ୍ମର ନେଇ ଅକ୍ଷୟଙ୍କୁ ଟାର୍ଗେଟ୍ କରିଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସେ କହିଥିଲେ ଅକ୍ଷୟ ଯଦି ଜଣେ ବିଦେଶୀ ନାଗରିକ ହୋଇଥିବେ ତାହା ହେଲେ ଆମେ ତାଙ୍କୁ ଗିରଫ କରାଇବା ସହ ଦେଶ ବାହାରକୁ ପଠାଇବର ବ୍ୟବସ୍ଥା କରିଥାନ୍ତି । ଏବେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ କଳାକାରଙ୍କୁ ମଧ୍ୟ ନୋଟିସ ପଠାଯାଇଛି ଏହା ସହ ଫିଲ୍ମର ସ୍କ୍ରିଫ୍ଟକୁ ସେୟାର କରିବା ମଧ୍ୟ ଏହି ନୋଟିସରେ କୁହାଯାଇଛି । ଯାହା ଦ୍ୱାରା କୌଣସି ପ୍ରକାର ମିଛ ଏବଂ ପରିସ୍ଥିତିର ଭୁଲ ଚିତ୍ରଣକୁ ରୋକାଯାଇ ପାରିବ। ଏହାସହ ଏହି ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରାଯିବା ଦରକାର ବୋଲି ଏହି ନୋଟିସରେ ଉଲ୍ଲେଖ କରାଯାଇଛି। ବିକ୍ରମ ମାଲହୋତ୍ରା ଓ ଅରୁଣା ଭାଟିୟା ଏହାର ପ୍ରଡ୍ୟୁସର ହୋଇଥିବା ବେଳେ ଅଭିଷେକ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।
#RamSetu: Akshay Kumar & Team Face A Legal Notice By BJP's Senior leader Dr Subramanian @Swamy39, Says "Mumbai Sin-E-Ma Wallas Have A Bad Habit Of Misappropriation"🍁🍁@jagdishshetty https://t.co/IhXyj9LRkm pic.twitter.com/MkKzaXwCvu
— #JaiShriRam🇮🇳ArtiSharma_VHS. (@ArtiSharma001) August 28, 2022
ସୁବ୍ରମଣ୍ୟମ ସ୍ୱାମୀଙ୍କ ଚ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅନେକ ଲୋକ ସମର୍ଥନ କରିବା ଆରମ୍ଭ କରିଛନ୍ତି । ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ଫିଲ୍ମଟି ଆସନ୍ତା ଅକ୍ଟୋବର ୨୪ରେ ରିଲିଜ୍ ହେବା ପାଇ ଁଯାଉଛି । ତେବେ ଏହା ପୂର୍ବରୁ ଅକ୍ଷୟଙ୍କ ଫିଲ୍ମ ରକ୍ଷାବନ୍ଧନକୁ ବିବାଦ ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ଫିଲ୍ମକୁ ବୟକଟ୍ କରିବା ପାଇଁ ଦାବି କରାଯାଇଥିଲା । ବୟକଟ୍ ରକ୍ଷାବନ୍ଧନ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ତ୍ କରିଥିଲା । ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡିଥିଲା ।












Click it and Unblock the Notifications