ବାଲାଜୀ ଟେଲିଫିଲ୍ମସର ପୂର୍ବ COO ନିଖୋଜ, ଟ୍ରେଣ୍ତ୍ କରୁଛି #BringZulfiBack
ବାଲାଜୀ ଟେଲିଫିଲ୍ମସର ପୂର୍ବ COO ନିଖୋଜ, #BringZulfiBack କରୁଛି ଟ୍ରେଣ୍ତ୍
ମୁମ୍ବାଇ: ଷ୍ଟାର ଓ ବାଲାଜୀ ଟେଲିଫିଲ୍ମସର ପୂର୍ବ COO ୨୧ ଜୁଲାଇ ୨୦୨୨ରୁ ନିଖୋଜ ଅଛନ୍ତି । ୮୦ ଦିନ ହେଲାଣି ପରିବାର ପାଖରେ କୌଣସି ଖବର ନାହିଁ । ସେ କେନିଆରୁ ନିଖୋଜ ଅଛନ୍ତି । ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ହେବ କାମ କରୁଛନ୍ତି ୪୮ ବର୍ଷିୟ ଜୁଲଫିକର ଖାନ । ସେ ମୁମ୍ବାଇ ବାସିନ୍ଦା । ନିଖୋଜ ଜୁଲଫିକରଙ୍କୁ ଖୋଜିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ସଦସ୍ୟ । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଓ ଅଧିକରୁ ଅଧିକ ଲୋକଙ୍କ ପାଖରେ ଏହି ଖବର ପହଁଚାଇବା ପାଇଁ ଜୁଲଫିକର ଖାନଙ୍କ ବନ୍ଧୁ ଓ ପରିବାର ସଦସ୍ୟଙ୍କ ପକ୍ଷରୁ ଟ୍ୱିଟରରେ #BringZulfiBack ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଜୁଲଫିକର ଖାନ ଚଳିତ ବର୍ଷ ମେ ମାସରେ ବାଲାଜୀ ଟେଲିଫିଲ୍ମର COO ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ସେ ଜୁଲାଇରେ କେନିଆକୁ ଛୁଟି କାଟିବା ପାଇଁ ଯାଇଥିଲେ । ସେହିପରି ୨୪ ଜୁଲାଇରେ ସେ ସ୍ୱଦେଶ ଫେରିବାର ଥିଲା । ହେଲେ ସେ ଫେରିନଥିଲେ କି ପରିବାରକୁ ଏ ବିଷୟରେ କୌଣସି ସୂଚନା ମଧ୍ୟ ଦେଇ ନଥିଲେ । ଜୁଲାଇ ୨୧ ରୁ ତାଙ୍କ ସହ ସମ୍ପର୍କ କରି ହେଉ ନାହିଁ । ଜୁଲଫିକରଙ୍କ ପରିବାର ସଦସ୍ୟମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ କେନିଆର ଭାରତୀୟ ଉଚ୍ଚ ଆୟୋଗଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି । ଏହାରି ମଧ୍ୟରେ ଘଟଣାକୁ ୮୦ ଦିନ ବିତିଗଲାଣି । ହେଲେ କୌଣସି ପ୍ରକାରର ସୂଚନା ମିଳି ପାରି ନାହିଁ ।
ସୂଚମାଥାଉ ଯେ, ଜୁଲଫିକର ଖାନ ଷ୍ଟାର୍ ଇଣ୍ଡିଆ, ଷ୍ଟାର୍ ପ୍ଲସ୍, ଷ୍ଟାର୍ ଗୋଲ୍ଡ, ଷ୍ଟାର୍ ସ୍ପୋର୍ଟସ୍, ନ୍ୟାସନାଲ୍ ଜିଓଗ୍ରାଫିକ୍ ଏବଂ ଚ୍ୟାନେଲ୍ ଭି ପରି ଚ୍ୟାନେଲରେ କାମ କରିସାରିଛନ୍ତି ।












Click it and Unblock the Notifications