Flashback 2022: ଚଳିତ ବର୍ଷ ଟେଲିଭିଜନ ଜଗତର ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁ, ଅଧୁରା ରହିଗଲା ଅନେକ ସ୍ୱପ୍ନ
ଚଳିତ ବର୍ଷ ଟେଲିଭିଜନ ଜଗତର ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁ, ଅଧୁରା ରହିଗଲା ଅନେକ ସ୍ୱପ୍ନ
Flashback 2022: ଚଳିତ ବର୍ଷ ବର୍ଷ ଟିଭି ଇଣ୍ଡଷ୍ଟ୍ରିର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପ୍ରଶଂସକମାନେ ଆଉ ନିଜ ପ୍ରିୟ ଷ୍ଟାରଙ୍କୁ ଛୋଟ ପରଦାରେ ଦେଖିବାର ମୌକା ପାଇବେ ନାହିଁ । ଚାଲନ୍ତୁ ନଜର ପକାଇବା ୨୦୨୨ର ଟେଲିଭିଜନର କିଛି ଚର୍ଚ୍ଚିତ, ପ୍ରସିଦ୍ଧ ଚେହେରା ଉପରେ ଯିଏ ସବୁ ଦିନ ପାଇଁ ସବୁ ସ୍ୱପ୍ନକୁ ଅଧାରେ ଛାଡି ଦୁନିଆରୁ ବିଦାୟ ନେଇଛନ୍ତି ।
ତୁନିଶା ଶର୍ମା ଆତ୍ମହତ୍ୟା ମାମଲା
'ଅଲ୍ଲି ବାବା, ଦସ୍ତାଏଁ-ଏ-କାବୁଲ' ଫେମ୍ ଅଭିନେତ୍ରୀ ତୁନିଶା ଶର୍ମା ୨୪ ଡିସେମ୍ବର ୨୦୨୨ ରେ ନିଜ ସୋ'ସେଟରେ ଆତ୍ମହତ୍ୟା କରିଛନ୍ତି । ନିଜ କୋ-ଷ୍ଟାରଙ୍କୁ ଭଲ ପାଇ ବସିଥିଲେ ୨୦ ବର୍ଷିୟ ଅଭିନେତ୍ରୀ ତୁନିଶା । ହେଲେ ଦୀର୍ଘ ଦିନ ପାଇଁ ତିଷ୍ଟି ପାରିନଥିଲା ଏହି ସମ୍ପର୍କ । ଶିଜାନ୍ ଏହି ସମ୍ପର୍କ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲେ । ଯାହାକୁ ସହଜରେ ଗ୍ରହଣ କରି ନଥିଲେ ଅଭିନେତ୍ରୀ । ଏବଂ ଆତ୍ମହତ୍ୟା କିରିବା ଭଳି ନିଷ୍ପତ୍ତି ନେଇଥିଲେ । ପରିବାର ପକ୍ଷରୁ ସିଜାନଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହେବା ପରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା ।
ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲା
ବିବାହକୁ ମାତ୍ରେ ୪ ଦିନ ଥାଏ । ହେସେ ନିଜ ପଡୋସିଙ୍କ ପାଇଁ ଆତ୍ମହତ୍ୟା କରିଥିଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର । ପରିବାରକୁ ଏକା କରି ଆରପାରିକି ଚାଲିଯାଇଛନ୍ତି ଚୁଲବୁଲି ଅଭିନେତ୍ରୀ ବୈଶାଳୀ । ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଖବର ଇଣ୍ତଷ୍ଟ୍ରିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଅଭିନେତ୍ରୀଙ୍କ ମୃତ ଦେହ ପାଖରରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ପୋଲିସ ଜବତ କରିଥିଲା । ଯାହା ପରେ ତାଙ୍କ ମୃତ୍ୟୁ ପଛର ଅସଲ କାରଣ ଏବେ ସ୍ପଷ୍ଟ ହୋଇଥିଲା । ତେଜା ନଗର ପୋଲିସ ରିପୋର୍ଟ ଅନୁସାରେ ବିବାହିତ ରାହୁଲ ଏବଂ ବୈଶାଳୀଙ୍କ ଆଫେୟାର ଥିଲା । ବ୍ରେକଅପ୍ ପରେ ମଧ୍ୟ ରାହୁଲ ଅଭିନେତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ଦେଉନଥିଲେ । ଏ ବିଷୟରେ ବୈଶାଳୀଙ୍କ ପୁରା ପରିବାର ଜାଣିଥିଲେ। ଏପରିକି ରାହୁଲ ବୈଶାଳୀଙ୍କ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଥିଲେ । ଯାହାକୁ ବରଦାସ୍ତ ନ କରିପାରି ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ।
ଟିଭି ଅଭିନେତା ଦୀପେଶ ଭାନଙ୍କ ମୃତ୍ୟୁ
ସିରିଏଲ 'ଭାବୀ ଜୀ ଘର ପର୍ ହୈ'ଫେମ୍ ଅଭିନେତା ଦୀପେଶ ଭାନଙ୍କର ଜୁଲାଇ ୨୩ରେ କ୍ରିକେଟ୍ ଖେଳୁଥିବା ବେଳେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା । ତାଙ୍କର ଜବରଦସ୍ତ ଫିଟ୍ନେସ୍ ଯୋଗୁଁ ସେ ସୋଶାଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ ।
ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ
କମେଡ଼ି ଦୁନିଆରେ ରାଜା ରାଜୁ ଶ୍ରୀବାସ୍ତ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହୃତଘାତରେ ହୋଇଥିଲା ଅଭିନେତାଙ୍କ ମୃତ୍ୟୁ । ଅଗଷ୍ଟ ୧୦ରେ ଜିମ୍ରେ ୱାର୍କ ଆଉଟ୍ କରିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ । ହୃଦଘାତର ଶିକାର ହେବା ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଜୀବନ ଏବଂ ମୃତ୍ୟୁ ମଧ୍ୟରେ ୪୨ ଦିନିଆ ଯୁଦ୍ଧ ପରେ ହାସ୍ୟ ଅଭିନେତାଙ୍କର ଦେହାନ୍ତ ହୋଇଥିଲା ।

ଚଳିତ ବର୍ଷ ବଲିଉଡର ଭେଟରାନ ଅଭିନେତା ବିକ୍ରମ ଗୋଖଲେଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଥିଲା । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ନଭେମ୍ବର ୫ ତାରିଖରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବିକ୍ରମ ଗୋଖଲେ ଶହେରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଭିନୟ ଏବଂ ସଂଳାପ ବିତରଣ ପାଇଁ ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ତୁମ୍ ବିନ୍'ରୁ ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିଲେ । ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଅଗ୍ନିପଥ' ଓ ସଞ୍ଜୟ ଲୀଲା ବଂଶାଲୀଙ୍କ 'ହମ୍ ଦିଲ ଦେ ଚୁକେ ସନମ', ମିଶନ ମଙ୍ଗଲ, ଭୁଲ ଭୁଲେୟା, ଦେ ଦନା ଦନ, ପରି ସୁପରହିଟ୍ ଫିଲ୍ମରେ ଦେଖିବା ପାଇଁ ମିଳିଥିଲା ଅଭିନେତାଙ୍କ ଜବରଦସ୍ତ ଅଭିନୟ ।
ସୋନାଲି ଫୋଗେଟ୍ ହତ୍ୟା ମାମଲା
'ବିଗ୍ ବସ୍' ଫେମ୍ ସୋନାଲି ଫୋଗାଟ୍ ୨୩ ଅଗଷ୍ଟ ୨୦୨୨ ରେ ଗୋଆରେ ମୃତ୍ୟୁ ବରଣ କରିଥିଲେ । ହୃଦଘାତରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ପରେ ତାଙ୍କ ମ୍ୟାନେଜର ଅଭିନେତ୍ରୀଙ୍କୁ ଡ୍ରଗ୍ସ ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କ ପରଲୋକ
ଚଳିତ ବର୍ଷ ବଲିଉଡ ଏବଂ ଟେଲିଭିଜନ ଜଗତରେ ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ଦେହାନ୍ତ ହୋଇଥିଲା । ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିବା ଅରୁଣ ବାଲିଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଥିଲା । ଦୀର୍ଘ ସମୟ ଧରି ଅସୁସ୍ଥ ରହିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମ୍ୟାସ୍ଥେନିଆ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ ।
ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ପରଲୋକ
ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ମାତ୍ର ୪୬ ବର୍ଷ ବୟସ ପରଲୋକ ହୋଇଥିଲା । ଜିମରେ ବ୍ୟାୟାମ ସମୟରେ ଅଭିନେତାଙ୍କର ହୃଦଘାତ ହୋଇଥିଲା । ସିଦ୍ଧାର୍ଥ ଜିମରେ ୱାର୍କଆଉଟ୍ କରୁଥିବାବେଳେ ହଠାତ୍ ଟଳିପଡିଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications