ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: କ୍ରାଇମ୍ ବ୍ରାଞ୍ଚ କରିବ ଯାଞ୍ଚ, ଭାଇରାଲ ହେଲା ୨ ଅଭିଯୁକ୍ତଙ୍କ ଫଟୋ

Salman Khan News: ରବିବାର ସକାଳ ବି-ଟାଉନରେ ସୃଷ୍ଟି କରିଥିଲା ଚହଳ । ବଡ଼ ବଡ଼ ତାରକା ପହଞ୍ଚିଥିଲେ ଦବଙ୍ଗ ଖାନଙ୍କୁ ଭେଟିବା ପାଇଁ । କାରଣ ଦୁଇ ଅଜଣ ବ୍ୟକ୍ତି ସଲମାନଙ୍କ ଘର ବାହାରେ ଗୁଳି ମାଡ଼ କରିଥିଲେ । ସିସିଟିଭି ଫୁଟେଜ ଆସିବା ପରେ ମହାରାଷ୍ଟ୍ର ପୋଲିସ ମାମଲା ରୁଜୁ କରିଥିଲା। ଏହି ଗୁଳି ବିନିମୟର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।

ସଲମାନଙ୍କ ଘର ବାହାରେ ସ୍ଥାପିତ ସିସିଟିଭି କ୍ୟାମେରାରେ ଗୁଳି ବିନିମୟର ସମ୍ପୂର୍ଣ୍ଣ ଘଟଣା ଦେଖିବା ପାଇଁ ମିଳୁଛି । ଏହି ଘଟଣା ପରେ ଉଭୟ ଅଭିଯୁକ୍ତଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି । ଏହି ଘଟଣାକୁ ନେି ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଛି ।

Salman Khan

ରବିବାର ସକାଳ ପ୍ରାୟ ୫ ଟାରେ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସଲମାନଙ୍କ ଘରକୁ ଟାର୍ଗେଟ୍ କରି ଗୁଳି ଫୁଟାଇ ଥିଲେ ଏବଂ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗୁଳି ବିନିମୟ ହୋଇଥିବା ସମୟରେ ସଲମାନ ତାଙ୍କ ଘରେ ଥିଲେ। ଏହି ଘଟଣା ପରେ ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେ ସଲମାନ ଖାନଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ସଲମାନଙ୍କ ସୁରକ୍ଷା ବୃଦ୍ଧି କରିବାକୁ ମୁମ୍ବାଇ ପୋଲିସ କମିଶନରଙ୍କୁ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।

ସଲମାନଙ୍କ ଘରେ ଦୁଇଟି ଗୁଳି ଚିହ୍ନ ଦେଖିବାକୁ ମିଳିଥିଲା। ଗୋଟିଏ ବାହ୍ୟ କାନ୍ଥରେ ଏବଂ ଅନ୍ୟଟି ବାଲକୋନି କାନ୍ଥରେ । ଉଭୟ ଗୁଳି ଚିହ୍ନକୁ ଫୋରେନସିକ୍ ଟିମ୍ ଯାଞ୍ଚ କରିଛି । ଏହି ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ ଟିମକୁ ହସ୍ତାନ୍ତର କରାଯାଇଛି ଏବଂ ଯାଞ୍ଚ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+