ଲୋକପ୍ରିୟ ଟିଭି ସିରିଏଲ ଅନୁପମା ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ,
ମୁମ୍ବାଇର ଲୋକପ୍ରିୟ ଟିଭି ସିରିଏଲ ଅନୁପମା ସୁଟିଂ ସେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଏଲ ସେଟରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଭୟର ଆତଙ୍କ ଖେଳିଯାଇଛି । ସୁଟିଂ ସେଟରେ ଧୂଆଁ ଉଠୁଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବଡ଼ କଥା ହେଉଛି ଯେ, ଏହି ଘଟଣାରେ ଜୀବନହାନୀ ଘଟି ନାହିଁ । ଅଘଟଣ ସମୟରେ ସୁଟିଂ ସେଟରେ ଅନେକ କର୍ମଚାରୀ ଏବଂ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ । ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବହୁତ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ ଅଗ୍ନିଶମ ବାହିନୀ । ପୁଣି ନିଆଁ ନ ଲାଗିବା ପାଇଁ ବର୍ତ୍ତମାନ କୁଲିଂ ଅପରେସନ୍ ଚାଲିଛି ।
ଲୋକପ୍ରିୟ ଧାରାବାହିକ ଅନୁପମାର ସୁଟିଂ ସେଟରେ ଅଗ୍ନିକାଣ୍ଡ ଘଟିଛି। ଏହି ସେଟ୍ଟି ଦାଦାସାହେବ ଫାଲକେ ଚିତ୍ରନଗରୀରେ ମରାଠୀ ବିଗ୍ ବସ୍ ସେଟ୍ ପଛରେ ରହିଥିଲା । ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୬:୧୦ ସମୟରେ ଘଟିଛି। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ଏହି ସୂଚନା ଦେଇଛି।

ଆଜି ସକାଳୁ ସେଟରେ ଅନୁପମାର ସୁଟିଂ ଆରମ୍ଭ ହେବାର ଥିଲା। କିନ୍ତୁ ତା ପୂର୍ବରୁ ସେଟରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ସେଠାରେ କିଛି କର୍ମଚାରୀ ଏବଂ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ସବୁକିଛି ଜଳି ଛାରରଖାର ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ନାହିଁ ।












Click it and Unblock the Notifications