ଜେପି ନଡ୍ଡା ଏବଂ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କାରଣ

FIR registered against JP Nadda, Amit Malviya: ଲୋକସଭା ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ ହେଲେ ନିର୍ବାଚନ ଆୟୋଗ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ପ୍ରସ୍ତୁତ ଏକ ପୋଷ୍ଟକୁ ନେଇ ECI ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅମିତ ମାଲବ୍ୟ ଏବଂ ବିଜୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜନପ୍ରତିନିଧି ଆଇନ୍ ଓ ଆଇପିସିର ଧାରା ୫୦୫(୨) ଅନୁସାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଏହି ମାମଲାକୁ ମେଇ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସେହିପରି କଂଗ୍ରେସ ଏକ ଭିଡିଓର ଉଦାହରଣର ମଧ୍ୟ ଦେଇଛି । ଏହି ଭିଡିଓକୁ କର୍ଣ୍ଣାଟକା ବିଜେପି ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଅପଲୋଡ କରିଛି । ସେହିପରି ଏହି ଭିଡିଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

FIR registered against JP Nadda

ଏହି ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସିଦ୍ଧରମୈୟାଙ୍କ ଆନିମେଟେଡ୍ ଚରିତ୍ର ଦେଖିବା ପାଇଁ ମିଳୁଛି । ଭିଡିଓ କ୍ଲିପ୍‌ରେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟକୁ ଏକ ବସା ଭିତରେ "ଅଣ୍ଡା" ଭାବରେ ଚିତ୍ରଣ କରାଯାଇଛି, ଏହାପରେ ମୁସଲିମ ଲେଖାଯାଇଥିବା ଏକ ଅଣ୍ତାକୁ ଆଣି ରାହୁଲ ଗାନ୍ଧୀ ଏଥିରେ ରଖୁଛନ୍ତି ।

ସେହିପରି ମୁସଲିମ ଲେଖାଯାଇଥିବା ଅଣ୍ତା ଫାଟି ଛୁଆ ବାହାରୁଛି ଯାହାକୁ ରାହୁଲ ଗାନ୍ଧୀ ଫଣ୍ତ ଖାଇବାକୁ ଦେଉଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକଙ୍କୁ ଅର୍ଥାତ୍ ଭିଡିଓ ଅଣ୍ତାରୁ ଫୁଟିଥିବା ଛୁଆଙ୍କୁ ମାଗିବା ସତ୍ତ୍ୱେ କିଛି ଦେଉ ନାହାଁନ୍ତି ରାହୁଲ । ଯାହା ପରେ ମୁସଲିମ ଅଣ୍ତାରୁ ଫାଟିଥିବା ଛୁଆ ଆକାରରେ ବଢୁଥିବା ଦେଖିବାକୁ ମିଳୁଛି ଏବଂ ଶେଷରେ ସେ ଏସସି, ଏସଟି ଏବଂ ଓବିସି ଛୁଆଙ୍କୁ ଗୋଇଠା ମାରି ବସାରୁ ବିଦା କରୁଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓ ଭାଇରାଲ ହେବା ପରେ, କଂଗ୍ରେସ ଅଭିଯୋଗ ଆଣିଛି ବିଜେପି ଏପରି ଭିଡିଓ ପୋଷ୍ଟ କରି ଲୋକଙ୍କ ମନରେ ହିଂସା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି ଏବଂ ଏନେଇ କର୍ଣ୍ଣାଟକ ନିର୍ବାଚନ ଅଧିକାରୀଙ୍କୁ ଅବଗତ ମଧ୍ୟ କରାଯାଇଛି । ପୋଲିସ ସୂଚନାନୁସାରେ, ଏହି ମାମଲାରେ ଲୋକ ପ୍ରତିନିଧୀ ଅଧିନିୟମ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୫ ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି। ଅଭିଯୋଗରେ, କର୍ଣ୍ଣାଟକ ରାଜ୍ୟ ବିଜେପିର ଅଫିସିଆଲ୍ ଆକାଉଣ୍ଟରେ କେପିସିସି ଅପଲୋଡ୍ ହୋଇଥିବା ଏକ ଭିଡିଓକୁ ଦର୍ଶାଇ ଜେପି ନଡ୍ଡା, ବିଜୟେନ୍ଦ୍ର ଏବଂ ବିଜେପି ଆଇଟି ସେଲ୍ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+