ପୁଣି ବିବାଦରେ ରାକ୍ଷୀଙ୍କ ସ୍ୱାମୀ ଆଦିଲ୍ ଖାନ: ଛାତ୍ରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ
ରାକ୍ଷୀଙ୍କ ସ୍ୱାମୀ ଆଦିଲ୍ ଖାନ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନୀୟ ଛାତ୍ରୀ ।

ଇରାନୀ ଯୁବତୀ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଆଦିଲଙ୍କ ସହ ସେ ମହୀଶୂରରେ ଏକାଠି ରହୁଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଆଦିଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଯୁବତୀ ଜଣ ତାଙ୍କୁ ବିବାହ କରିବା ପାଇଁ କହିବାରୁ ସେ ମନା କରିଦେଇଥିଲେ । ଏବଂ ଇରାନୀ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ପଠାଇ ତାଙ୍କ ଧମକ ଦେଉଥିଲେ । ଯଦି ସେ କୌଣସି ପ୍ରକାର ଅଭିଯୋଗ କରନ୍ତି ତେବେ ସେ ଏହି ସମସ୍ତ ଫଟୋ ଭାଇରାଲ କିରେଦେବେ ବୋଲି କହିଥିଲେ । ଏହି ଅଭିଯୋଗ ଆଧାରରେ ଆଦିଲଙ୍କ ନାଁରେ ଆଇପିସି ଧାରା ୩୭୬, ୪୧୭, ୪୨୦,୫୦୪, ଏବଂ ୫୦୬ରେ ମାମଲା ରୁଜୁ କରାଯାଇଛି ।
ସୂଚନାଥାଉ ଯେ, ରାକ୍ଷୀ ନିକଟରେ ଆଦିଲଙ୍କ ନାଁରେ ଠକେଇ ଏବଂ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଯାହା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅନ୍ୟପକ୍ଷରେ ରାକ୍ଷୀ ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ଟଙ୍କା ପାଇଁ ଆଦିଲ ତାଙ୍କର ନଗ୍ନ ଭିଡିଓ ରେକର୍ଡ କରି ବିକି ଥିବା କହିଛନ୍ତି ରାକ୍ଷୀ ।












Click it and Unblock the Notifications