Get Updates
Get notified of breaking news, exclusive insights, and must-see stories!

ଅଫତାବ ପୁନାୱାଲାଙ୍କର ହେଉ ୭୦ ଖଣ୍ତ: ରାମ ଗୋପାଳ ବର୍ମା

ଅଫତାବ ପୁନାୱାଲାଙ୍କର ହେଉ ୭୦ ଖଣ୍ତ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା

ମୁମ୍ବାଇ: କିଛି ଦିନ ହେଲା ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚିନ୍ତାରେ ପକାଇଛି । ଲିଭ୍-ଇନ୍ ରିଲେସନସିପରେ ରହୁଥିବା ଶ୍ରଦ୍ଧାଙ୍କୁ ତାଙ୍କ ସାଥୀ ଅର୍ଥାତ୍ ପ୍ରେମିକ ଅଫତାବ ପୁନାୱାଲା ହତ୍ୟା କରିଥିଲା । କେବଳ ଏତିକି ନୁହେଁ, ଅଫତାବ ପରେ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡରେ କାଟି ଫ୍ରିଜରେ ରଖି ଦିଲ୍ଲୀର ମେହେରୁଲି ଜଙ୍ଗଲରେ ଗୋଟିଏ ପରେ ଗୋଟିଏ ଫିଙ୍ଗିବା ଆରମ୍ଭ କରିଥିଲା । ବର୍ତ୍ତମାନ ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏହି ପ୍ରସଙ୍ଗରେ ଏକ ବଡ଼ ଟ୍ୱିଟ୍ କରିଛନ୍ତି ।

Shraddha Murder Case

ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍
ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଜଣେ ସାଧାରଣ ଲୋକଠୁ ଆରମ୍ଭ କରି ବଡ ବଡ ନେତା ମନ୍ତ୍ରୀ, କଳାକର, ନିର୍ମାତାଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ସୋସିଆସ ମିଡିଆରେ ଅନେକ ଷ୍ଟାର ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଡିମାଣ୍ତ କରୁଛନ୍ତି । ଏହାରି ମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କର କିଛି ଟ୍ୱିଟକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ନିଜର ମତ ରଖି ରାମ ଗୋପାଳ ବର୍ମା ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଅନେକ ଟ୍ୱିଟ୍ କରିଛନ୍ତି । ରାମ ଗୋପାଳ ବର୍ମା ତାଙ୍କର ପ୍ରଥମ ଟ୍ୱିଟରେ ଲେଖିଛନ୍ତି ଯେ- ଶାନ୍ତିରେ ବିଶ୍ରାମ କରିବା ପରିବର୍ତ୍ତେ ସେ (ଶ୍ରଦ୍ଧା ୱାକର) ଆତ୍ମା ​​ଭାବରେ ଫେରି ତାଙ୍କୁ ଅର୍ଥାତ୍ ଅଫତାବ ପୁନାୱାଲାଙ୍କୁ ୭୦ ଖଣ୍ଡରେ କାଟିବା ଉଚିତ୍ ।

ସେହିପରି ଆଉ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ କେବଳ ଆଇନ ଆଧାରରେ ଏପରି ନିଷ୍ଠୁର ହତ୍ୟା ବନ୍ଦ ହୋଇପାରିବ ନାହିଁ, ହେଲେ ପିଡିତାଙ୍କ ଆତ୍ମା ​​ମୃତ୍ୟୁ ପରେ ଫେରି ଆସି ସେମାନଙ୍କ ହତ୍ୟାକାରୀଙ୍କୁ ହତ୍ୟା କରନ୍ତି, ତେବେ ନିଶ୍ଚିତ ଭାବରେ ଏହି ନିର୍ଦ୍ଦୟ ହତ୍ୟା ବନ୍ଦ ହୋଇପାରିବ । ମୁଁ ଭଗବାନଙ୍କୁ ଏହା ଅନୁରୋଧ କରୁଛି ଯେ ଏପରି ଘଟଣାକୁ ନେଇ ଥରେ ବିଚାର କରନ୍ତୁ ଏବଂ ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ଏହି ଟ୍ୱିଟ୍ ମାଧ୍ୟମରେ ରାମ ଗୋପାଳ ଭର୍ମା ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ଅଫତାବ ପୁନାୱାଲାଙ୍କ ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ତାଙ୍କର ଏହି ଟ୍ୱିଟ୍ ବେଶ୍ ଭାଇରାଲ ହେବା ସହ ଲୋକ ତାଙ୍କର ଟ୍ୱିଟକୁ ରିଟ୍ୱିଟ୍ ମଧ୍ୟ କରୁଛନ୍ତି ।

ଶ୍ରଦ୍ଧା ୱାକର ନିଜ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯାଇ ଆଫତାବ ପୁନାୱାଲାଙ୍କ ସହ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ । ଏହି ଦମ୍ପତି କଲ୍ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଶ୍ରଦ୍ଧା ବିବାହ ପାଇଁ ବାରମ୍ବାର ଅଫତାବ ଉପରେ ଚାପ ପକାଉଥିଲେ । ଯେଉଁଥି ପାଇଁ ଶ୍ରଦ୍ଧାଙ୍କ ପ୍ରତି ଅଫତାବର ରାଗ ବଢିଥିଲା ଓ ସେ ବେଶ୍ ନିର୍ମମ ଭାବରେ ନିଜ ଗର୍ଲପ୍ରେଣ୍ତର ହତ୍ୟା କରିଥିଲା । ଶ୍ରଦ୍ଧା ୱାକର ହତ୍ୟା ମାମଲା ଏବେ ପୁରା ଦେଶକୁ ସମ୍ପୂର୍ଣ୍ଣ ଥରାଇ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+