ବିକ୍ରି ହେଲା ବି. ଆର୍ ଚୋପ୍ରାଙ୍କ ବିରାଟ ବଙ୍ଗଳା
ପ୍ରଖ୍ୟାତ ବଲିଉଡ୍ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ବଳଦେବରାଜଙ୍କର ବିରାଟ ବଙ୍ଗଳା ବିକ୍ରି ହୋଇଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ରହିଥିଲା ଏହି ବଙ୍ଗଳା । ବଙ୍ଗଳାଟି 183 କୋଟିରେ ବିକ୍ରି ହୋଇଥିବା ସୂଚନା ମିଳିଛି ।
ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦେଶକ ବଳଦେବରାଜଙ୍କର ବିରାଟ ବଙ୍ଗଳା ବିକ୍ରି ହୋଇଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ରହିଥିଲା ଏହି ବଙ୍ଗଳା । ବଙ୍ଗଳାଟି 183 କୋଟିରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

ଜୁହୁ ପାଖକୁ ଲାଗଥିବା ପ୍ରାୟ ଏକ ଏକର ଜମିରେ ଅବସ୍ଥିତ 25000 ବର୍ଗଫୁଟ୍ର ଏହି ପ୍ରକାଣ୍ଡ ଅଟ୍ଟାଳିକାକୁ ପ୍ରସିଦ୍ଧ ରିୟଲ୍ ଇଷ୍ଟେଟ୍ ଡେଭ୍ଲପର୍ କେ. ରାହେଜା କ୍ରୟ କରିଛନ୍ତି। ସ୍ବର୍ଗତ ବି. ଆର୍. ଚୋପ୍ରାଙ୍କ ବୋହୂ ତଥା ରବି ଚୋପ୍ରାଙ୍କ ପତ୍ନୀ ରେଣୁ ଚୋପ୍ରା ଉକ୍ତ ସମ୍ପତ୍ତିକୁ ବିକ୍ରି କରିଛନ୍ତି। ସୂଚନା ଅନୁସାରେ, ଜମି ଓ ଘର ବାବଦକୁ 182.76 କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ୍ ବାବଦକୁ ବ୍ୟୟ ହୋଇଛି ପ୍ରାୟ 11 କୋଟି ଟଙ୍କା। ବଙ୍ଗଳାଟି କିଣିଥିବା କେ. ରାହେଜା କର୍ପୋରେସନ୍ ସମ୍ଭବତଃ ବିଳାସମୟ ଆବାସିକ ପ୍ରକଳ୍ପ ନିର୍ମାଣ କରିବାରେ ଏହାକୁ ବ୍ୟବହାର କରିପାରନ୍ତି ।
ବି. ଆର୍. ହାଉସ୍ରେ ହିଁ ଚୋପ୍ରାଙ୍କର ଅଧିକାଂଶ ବ୍ୟବସାୟ ଚାଲିଥିଲା। 2008ରେ ହିଁ ସେ ସେହି ଘରେ ଦେହ ତ୍ୟାଗ କରିଥିଲେ। ଶେଷ ପର୍ଯ୍ୟାୟରେ ହତାଶା ଏବଂ କେତେକ ସହ-ପ୍ରଯୋଜନା ବିଫଳ ହେବାରୁ ଚୋପ୍ରାଙ୍କର ପ୍ରଯୋଜନା ସଂସ୍ଥା ଦେବାଳିଆ ହୋଇଯାଇଥିଲା। ତେଣୁ, ବନ୍ଧା ପଡ଼ିଥିବା ବି.ଆର୍ ହାଉସ୍କୁ ମୁକୁଳାଇବା ପାଇଁ 2013ରେ ଅନେକ ଋଣଦାତାଙ୍କର କରଜ ପରିଶୋଧ କରିଥିଲେ ବୋଲି ତାଙ୍କ ପୁଅ କହିଥିଲେ। ଆଉ ଏହାପରେ ସେ ଘର ବିକ୍ରି ନେଇ ନିଷ୍ପତ୍ତି ନେଇ ବିକ୍ରି କରିଛନ୍ତି ।












Click it and Unblock the Notifications