ଆଲିଆ -ରଣବୀରଙ୍କୁ ବିରୋଧ, ମୁହଁଖୋଲିଲେ ନିର୍ଦ୍ଦେଶକ ଆୟାନ ମୁଖାର୍ଜି

ଆଲିଆ -ରଣବୀରଙ୍କୁ ବିରୋଧ, ମୁହଁଖୋଲିଲେ ନିର୍ଦ୍ଦେଶକ ଆୟାନ ମୁଖାର୍ଜି

ମୁମ୍ବାଇ:ଆସନ୍ତକାଲି ରିଲିଜ୍ ହେବ ଆଲିଆ -ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' । ହେଲେ ଫିଲ୍ମକୁ ନେଇ ବିବଦ କମ ହେବାର ନାଁ ନେଉ ନାହିଁ । ସୋସିଆଲ ମିଡିଆରେ ଲଗାତାର ବୟକଟ୍ 'ବ୍ରହ୍ମାସ୍ତ୍ର' ଟ୍ରେଣ୍ତ କରୁଛି । ଗତକାଲି ଷ୍ଟାର ଦମ୍ପତ୍ତି ଆଲିଆ-ରଣବୀର ଉଜ୍ୱେୟିନୀ ମହାକାଲଙ୍କ ଦର୍ଶନ କରିବା ପାଇଁ ପହଁଚିଥିଲେ । ଯେଉଁଠି ଉଭୟଙ୍କୁ ବିରୋଧର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଫିଲ୍ମର ଦୁଇ କଳାକାରଙ୍କୁ ବିନା ଦର୍ଶନରେ ଫେରିବା ପାଇଁ ପଡିଥିଲା ।

ତେବେ ଏହି ଘଟଣାକୁ ନେଇ ଏବେ ମୁହଁଖୋଲିଛନ୍ତି ନିର୍ଦ୍ଦେଶକ । ଦିଲ୍ଲୀରେ ଏକ ପ୍ରମୋସନାଲ ଇଭେଣ୍ଟରେ ଅୟାନ କହିଛନ୍ତି ଯେ 'ମୋତେ ଖରାପ ଲାଗୁଛି ,ଆଲିଆ ଗର୍ଭବତୀ ଅଛନ୍ତି ତାଙ୍କୁ ସାଥିରେ ନେବା ପାଇଁ ମୁଁ ଚାହୁଁନଥିଲେ ହେଲେ ରଣବୀର- ଆଲିଆ ଉଭୟ ଦର୍ଶନ କରିବା ପାଇଁ ବେଶ ଉତ୍ସାହିତ ଥିଲେ ,ମୁଁ ଫିଲ୍ମର ମୋସନ ପୋଷ୍ଟର ରିଲିଜ୍ କରିବା ସମୟରେ ମହାବଲେଶ୍ୱରଙ୍କ ଦର୍ଶନ କରିଥିଲି ଯେତେବେଳେ ମୁଁ କହିଥିଲେ ଯେ ଫିଲ୍ମ ରିଲିଜ୍ ପୂର୍ବରୁ ମୁଁ ପୁଣି ଥରେ ଦର୍ଶନ କରିବି ବୋଲି । ଏଥର ମୋ ସହ ଆଲିଆ ଓ ରଣବୀର ମଧ୍ୟ ଦର୍ଶନ ପାଇଁ ମନ ବଳାଇଥିଲେ । ହେଲେ ଏପରି ବିବାଦ ଦେଖିବା ପରେ ଖୁବ ଖରାପ ଲାଗୁଛି ।

ujjein case

ତେବେ ଗତକାଲି ଉଭୟ ପତିପତ୍ନୀ ଆଲିଆ-ରଣବୀରଙ୍କ ସିହିତ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମଧ୍ୟ ମହାକାଳ ଦର୍ଶନ କରିବା ପାଇଁ ପହଁଚିଥିଲେ । ହେଲେ ଦର୍ଶନ କରିବା ପୂର୍ବରୁ ଉଭୟଙ୍କୁ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଛି । ଯେଉଁଥି ପାଇଁ ଷ୍ଟାର ଦମ୍ପତ୍ତିଙ୍କୁ ଦର୍ଶନ ନ କରି ଅଧାରୁ ଫେରିଆସିବା ପାଇଁ ପଡିଥିଲା । ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜି ମନ୍ଦିର ଗର୍ଭଗୃହ ଭିତରକୁ ଯାଇ ବାବା ମହାକାଳଙ୍କୁ ଦର୍ଶନ କରିଥିଲେ । ବିକ୍ଷୋଭ ପାଇଁ ରଣବୀର ଆଲିଆ ମନ୍ଦିର ପରିସର ଭିତରକୁ ଯାଇ ପାରି ନଥିଲେ ୨୦୨୧ରେ ରଣବୀର କପୁର ଫିଲ୍ମ 'ରକଷ୍ଟାର'ର ପ୍ରନୋସନ ସମୟର ଏକ ବିବୃତ୍ତି ପାଇଁ ତାଙ୍କୁ ବୋରଧ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+