ନିଜ ବନ୍ଧୁଙ୍କ ସହ ଦେଖନ୍ତୁ 'Uunchai',ଜିଣୁଛି ଦର୍ଶକଙ୍କ ମନ, କରୁଛି ଭଲ ବ୍ୟବସାୟ
ନିଜ ବନ୍ଧୁଙ୍କ ସହ ଦେଖନ୍ତୁ 'Uunchai',ଜିଣୁଛି ଦର୍ଶକଙ୍କ ମନ, କରୁଛି ଭଲ ବ୍ୟବସାୟ
ମୁମ୍ବାଇ: ପାରିବାରିକ ଡ୍ରାମା ଚଳଚ୍ଚିତ୍ର ନିର୍ମାଣ ପାଇଁ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୁରଜ ବାଡଜାତ୍ୟା ଏଥର ବନ୍ଧୁତ୍ୱର କାହାଣୀ ଉପରେ ଆଧାର ଫିଲ୍ମ 'Uunchai' ଆଣିଛନ୍ତି । ମଲ୍ଟି ଷ୍ଟାରର ଫିଲ୍ମ ' ଉଞ୍ଚାଇ' ମଧ୍ୟ ପ୍ରଥମ ଦିନରୁ ଭଲ ପ୍ରଦର୍ଶନ କରୁଛି । ସପ୍ତାହ ଶେଷରେ ମଧ୍ୟ ଫିଲ୍ମ 'ଉଞ୍ଚାଇ' ଦେଖିବା ପାଇଁ ପ୍ରେକ୍ଷାଳୟରେ ଲାଗିଥିଲା ସିନେପ୍ରେମୀଙ୍କ ଭିଡ଼ । ଯେଉଁଥିପାଇଁ ଫିଲ୍ମର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅନୁପମ ଖେର, ଡାନି ଡେନଜୋଙ୍ଗପାଙ୍କ, ବୋମାନ ଇରାନୀ, ପରିନୀତି ଚୋପ୍ରା, ନୀନା ଗୁପ୍ତା ଏବଂ ସାରିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି ।

'ଉଞ୍ଚାଇ'ର ରବିବାର ଆୟ
ମଲ୍ଟିଷ୍ଟାରର ଫିଲ୍ମ 'ଉଞ୍ଚାଇ' ଦର୍ଶକଙ୍କରଠାରୁ ବେଶ୍ ଭଲ ପାଇବା ମିଳୁଛି । ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି । ଆୟ ବିଷୟରେ କହିବାକୁ ଗଲେ, 'ଉଞ୍ଚାଇ' ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପ୍ରଥମ ଅର୍ଥାତ୍ ନଭେମ୍ବର ୧୧ ରେ, ଫିଲ୍ମ ୧.୮୧ କୋଟି ଟଙ୍କା ରୋଜଗାର କରିଥିଲା । ରିଲିଜର ପରଦିନ ଅର୍ଥାତ୍ ଶନିବାର ଦିନ, ଫିଲ୍ମଟି ୩.୬୪ କୋଟି ଟଙ୍କା ଆୟ କରିଥିଲା । ସେହିପରି ଚଳଚ୍ଚିତ୍ରର ତୃତୀୟ ଦିନରେ ଅର୍ଥାତ୍ ରବିବାର ମଧ୍ୟ ସିନେମାଟି ଭଲ ପ୍ରଦର୍ଶନ କରିଥିଲା । ରବିବାର ଦିନ ୫.୫୦ କୋଟି ଟଙ୍କା ବ୍ୟବସାୟ କରିଥିବା ଅମିତାଭଙ୍କ ଫିଲ୍ମ 'ଉଞ୍ଚାଇ' । ଅର୍ଥାତ୍ ଫିଲ୍ମ ତିନି ଦିନ ମଧ୍ୟରେ ୧୦.୯୫ କୋଟି ରୋଜଗାର କରିସାରିଛି ।
ଚଳଚ୍ଚିତ୍ର 'ଉଞ୍ଚାଇ' ବକ୍ସଅଫିସ୍ ଆୟ
ପ୍ରଥମ ଦିନର ଆୟ - ୧.୮୧ କୋଟି ଟଙ୍କା
ଦ୍ୱିତୀୟ ଦିନର ଆୟ - ୩.୬୪ କୋଟି ଟଙ୍କା
ତୃତୀୟ ଦିନର ଆୟ - ୫.୫୦ କୋଟି ଟଙ୍କା
ମୋଟ ଆୟ - ୧୦.୯୫ କୋଟି ଟଙ୍କା
ଚାରି ସାଙ୍ଗଙ୍କ କାହାଣୀ
ଚଳଚ୍ଚିତ୍ରରେ 'ଉଞ୍ଚାଇ'ରେ ଚାରିଜଣ ବୃଦ୍ଧ ବନ୍ଧୁଙ୍କ କାହାଣୀ ଦେଖିବା ପାଇଁ ମିଳୁଛି । ଚାରିଜଣ ଏଭରେଷ୍ଟ ଆରୋହଣ କରିବାର ସ୍ୱପ୍ନ ଦେଖନ୍ତି । ତାଙ୍କର ଯାତ୍ରା ସମୟରେ, ତାଙ୍କର ଅନେକ ପ୍ରକାରର ଭାବପ୍ରବଣ, ବ୍ୟକ୍ତିଗତ, ଆଧ୍ୟାତ୍ମିକ ଅନୁଭୂତିର ଝଲକ ଏହି ସିନେମାରେ ଦେଖିବା ପାଇଁ ମିଳୁଛି । ଟ୍ରେଭେଲ୍ କରିବା ସମୟରେ ଚାରି ବନ୍ଧୁଙ୍କର ଅନେକ ପ୍ରକାର ଶାରୀରିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡୁଛି । ହେଲେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଚାରି ବନ୍ଧୁ ନିଜ ଲକ୍ଷ ସ୍ଥଳରେ ପହଁଚି ପାରିଛନ୍ତି । ତେବେ ଆପଣ ମାନେ ମଧ୍ୟ ନିଜ ବନ୍ଧୁଙ୍କ ସହିତ ଏହି ଫିଲ୍ମ ଦେଖି ପାରିବେ ।












Click it and Unblock the Notifications