ରାଜକୁମାର ରାଓ ଏବଂ ଶ୍ରଦ୍ଧାଙ୍କ ଫିଲ୍ମ 'ସ୍ତ୍ରୀ-୨' ନୂଆ ଗୀତ ହେଲା ରିଲିଜ୍, କରୁଛି ଟ୍ରେଣ୍ତ
Stree 2 New Song Out: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ-2' ରହିଛି ଲାଇମଲାଇଟରେ । ଫିଲ୍ମର ଦ୍ୱିତୀୟ ଗୀତ 'ଆଇ ନେହି' ରିଲିଜ୍ ହୋଇଯାଇଛି । ଏହି ଗୀତକୁ ଭୋଜପୁରୀ ପାୱାର ଷ୍ଟାର ପୱନ ସିଂ ଗାଇଛନ୍ତି । ତେବେ ପୱନ ସିଂ ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି। ପୱନ ସିଂଙ୍କ ଗାଇଥିବା ପ୍ରଥମ ବଲିଉଡର ଗୀତ ଏହେ ଟ୍ରେଣ୍ତରେ ରହିଛି । ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଗୀତ ।
ଏହି ଗୀତ ୟୁଟ୍ୟୁବର ମ୍ୟୁଜିକ୍ ବିଭାଗର ଛଅ ନମ୍ବର ଟ୍ରେଣ୍ଡ ରହିଛି । ଏପରିକି 24 ଘଣ୍ଟା ମଧ୍ୟରେ ପାଖାପାଖି ୨ ମିଲିୟନ ଲୋକ ଏହି ଗୀତ ଦେଖି ସାରିଲେଣି । ଏହି ଗୀତ ମାଧ୍ୟମରେ ପୱନ ସିଂଙ୍କ ସ୍ୱରର ଯାଦୁ ସାରା ଦେଶରେ ବର୍ତ୍ତମାନ ଛାଇ ଯାଇଛି । ପୱନ ସିଂଙ୍କ ସହ ସିମରନ୍ ଚୌଧୁରୀ, ଦିବ୍ୟା କୁମାର ଏବଂ ସଚିନ୍-ଜିଗର ମଧ୍ୟ ସ୍ୱର ଦେଇଛନ୍ତି । ସରେଗାମା ସଙ୍ଗୀତରୁ ମୁକ୍ତିଲାଭ କରିଥିବା ଏହି ଗୀତରେ ସ୍ୱର ବର୍ତ୍ତମାନ ସମସ୍ତଙ୍କ ମୁହଁରେ ।

ଏହି ଗୀତ ପୱନ ସିଂଙ୍କ କ୍ୟାରିୟରର ଏକ ହିଟ୍ ଗୀତ । ବଲିଉଡରେ ଏହା ତାଙ୍କର ନୂଆ ଆରମ୍ଭ ହେଲେ ତାଙ୍କୁ ଏବେଠୁ ବେଶ ଅଧିକ ଲୋକପ୍ରିୟତା ମିଳିବାରେ ଲାଗିଛି । ଏହା ପୂର୍ବରୁ ପୱନ ସିଂ ଭୋଜପୁରୀରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ରେକର୍ଡ ମଧ୍ୟ ବ୍ରେକ୍ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ ସ୍ତ୍ରୀ 2 ଅଗଷ୍ଟ 15 ରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ





Click it and Unblock the Notifications