ଏହି ଓଟିଟି'ପ୍ଲାଟଫର୍ମରେ ଦେଖନ୍ତୁ ଫିଲ୍ମ 'Shaitaan'
Shaitaan OTT'Release: ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଚଳଚ୍ଚିତ୍ର 'ଶୈତାନ' ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରର କାହାଣୀ ଗୁଣି ଗାରେଡି ଉପରେ ଆଧାରିତି । ପ୍ରାୟ ୨ ମାସ ଧରି ଏହି ଫିଲ୍ମ ବକ୍ସ ଅଫିସକୁ ରାଜ୍ କରିଥିବା ଏବଂ ବହୁତ ଭଲ ବ୍ୟବସାୟ ମଧ୍ୟ କରିବାରେ ସଫଳ ହୋଇଥିଲା ।
ସେହିପରି ଏହି ସିନେମାର ଓଟିଟି'ରିଲିଜକୁ ଦର୍ଶକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ଶେଷରେ ଅପେକ୍ଷାର ଅନ୍ତ ହୋଇଛି, ରିଲିଜ୍ ହେବାର ପ୍ରାୟ ଦୁଇମାସ ପରେ 'ଶୈତାନ' ଶେଷରେ OTT ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା ଏହି ଫିଲ୍ମକୁ କେଉଁ ପ୍ଲାଟଫର୍ମରେ ଦେଖିପାରିବା ।

ତନ୍ତ ମନ୍ତ୍ର ଉପରେ ଆଧାରିତ 'ଶୈତାନ'କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଏହା ଏକ ଭୟଙ୍କର ଥ୍ରୀଲରର କାହାଣୀ ଯାହା ପ୍ରେକ୍ଷାଳୟରେ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରେକ୍ଷାଳୟରେ ପରେ ଶେଷରେ 'ଶୈତାନ' OTT ରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଏନେଇ ନେଟଫ୍ଲିକ୍ସ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଥିଲା । ଫିଲ୍ମଟି 4 ମଇ 2024 ରେ ଶନିବାର ଦିନ ମୁକ୍ତିଲାଭ କରିଛି।
ମାର୍ଚ୍ଚ 8 ତାରିଖରେ ଶୈତାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହାକୁ ଜିଓ ଷ୍ଟୁଡିଓ, ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଦ୍ୱାରା ଉପସ୍ଥାପିତ କରାଯାଇଥିଲା ଏବଂ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ଚଳଚ୍ଚିତ୍ରଟିକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି।
'ଶୈତାନ' ଏକ ମନସ୍ତାତ୍ତ୍ୱିକ ଥ୍ରୀଲର ଏବଂ ଗୁଜୁରାଟୀ ଭୟଙ୍କର ଚଳଚ୍ଚିତ୍ର ବସ'ର ହିନ୍ଦୀ ରିମେକ୍ ଅଟେ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଆର ମାଧବନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications