ସପ୍ତାହାନ୍ତରେ ବଢିଲା ଅକ୍ଷୟଙ୍କ ଡିମାଣ୍ତ, ୫ ଦିନରେ ଫିଲ୍ମ 'ରାମ ସେତୁ' କଲା ଏତିକି ଆୟ

ସପ୍ତାହାନ୍ତରେ ବଢିଲା ଅକ୍ଷୟଙ୍କ ଡିମାଣ୍ତ, ୫ ଦିନରେ ଫିଲ୍ମ 'ରାମ ସେତୁ' କଲା ଏତିକି ଆୟ

ମୁମ୍ବାଇ: ଅକ୍ଷୟ କୁମାର ନିଜ ଫିଲ୍ମ 'ରାମ ସେତୁ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ରିଲିଜ୍ ପରେ ଫିଲ୍ମଟି ଓପନିଂ ଦିନରେ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ହେଲେ ପରବର୍ତ୍ତି ସମୟରେ ଫିଲ୍ମର ଆୟ ଟିକେ ଫିକା ପଡିଯାଇଛି ଫିଲ୍ମ ରିଲିଜକୁ ଏକ ସପ୍ତାହ ମଧ୍ୟ ହୋଇସାରିଛି । ଚାଲନ୍ତୁ ନଜର ପକାଇବା ଚଳଚ୍ଚିତ୍ରର ୫ ଦିନରେ ଆୟ ଉପରେ ।

ram setu

'ରାମ ସେତୁ'ର ୫ ଦିନର ଆୟ
ଅକ୍ଷୟ କୁମାରଙ୍କ ଫିଲ୍ମ ଓପନିଂ ଦିନ 15.25 କୋଟି ରୋଜଗାର କରିଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ 11.4 କୋଟି ବ୍ୟବସାୟ କରିଥିଲା । ଏହି ଫିଲ୍ମ ତୃତୀୟ ଦିନରେ 8.75 କୋଟି ଟଙ୍କା ଆୟ କରିଛି । ଚତୁର୍ଥ ଦିନରେ, ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମ 6.05 କୋଟି ବ୍ୟବସାୟ କରିଥିଲା । ପଞ୍ଚମ ଦିନରେ ଫିଲ୍ମଟି ଅଧିକ ରୋଜଗାର କରି ନାହିଁ, କିନ୍ତୁ ପୂର୍ବ ଅପେକ୍ଷା ଭଲ ଆୟ କରିଛି । ଖବର ଅନୁଯାୟୀ, ଫିଲ୍ମ ପଞ୍ଚମ ଦିନରେ 7.30 କୋଟି ଟଙ୍କା ଆୟ କରିଛି ।

ତେବେ ୱିକେଣ୍ତରେ ଫିଲ୍ମର ଆୟ ସାମାନ୍ୟ ବୃଦ୍ଧି ପାଇଛି । ସେହି ଅନୁଯାୟୀ, ଫିଲ୍ମର ମୋଟ ରୋଜଗାର ଏପର୍ଯ୍ୟନ୍ତ 48 କୋଟି 75 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ରବିବାରର ଛୁଟି ମଧ୍ୟ ଫିଲ୍ମକୁ ଲାଭ ଦେଇପାରେ ବୋଲି ଆଶା କରାଯାଉଛି । ପ୍ରାୟ 150 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ରୋଜଗାରକୁ ଦେଖିଲେ ଅନୁମାନ କରାଯାଉଛି ଯେ 'ରାମ ସେତୁ' 10 ଦିନ ମଧ୍ୟରେ 100 କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇପାରେ । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ 'ରାମ ସେତୁ' ପ୍ରାୟ ତିନି ହଜାର ପରଦାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+