ସାଇବର ଠକଙ୍କ ଜାଲରେ ବୋନି କପୁର
ସାଇବର ଠକେଇର ଶିକାର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ତଥା ବୋନି କପୁର । କ୍ରେଡିଟ କାର୍ଡ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି 4 ଲକ୍ଷ ଟଙ୍କା ହଡପ ହୋଇଛି । ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ ମୁମ୍ବାଇ ଅମ୍ବୋଲି ଥାନାରେ ଅଭିଯୋଗ କରିଛନ
ମୁମ୍ବାଇ: ସାଇବର ଠକେଇର ଶିକାର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ବୋନି କପୁର । କ୍ରେଡିଟ କାର୍ଡ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି 4 ଲକ୍ଷ ଟଙ୍କା ହଡପ ହୋଇଛି । ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ ମୁମ୍ବାଇ ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି ବୋନି କପୁର ।

ସୂଚନାଅନୁସାରେ, ଫେବୃଆରୀ 9 ତାରିଖରେ 5 ଟି ଜାଲ କାରବାର ଜରିଆରେ ତାଙ୍କ ଆକାଉଣ୍ଟରୁ 3. 89 ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଛି । ମାର୍ଚ୍ଚ 30 ତାରିଖରେ ତାଙ୍କୁ କ୍ରେଡିଟ ବିଲ ପୈଠ ଲାଗି ଫୋନ ଆସିଥିଲା । ଏ ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ବୋନିଙ୍କ କାର୍ଡରୁ ଗୁରୁଗ୍ରାମର ଏକ କମ୍ପାନୀକୁ ଟଙ୍କା ଟ୍ରାନ୍ସଫର କରାଯାଇଛି ।
ବୋନି କପୁରଙ୍କ କହିବା ଅନୁସାରେ, ଟଙ୍କା ଗାୟବ ହେବା ପୂର୍ବରୁ କେହି ତାଙ୍କ କ୍ରେଡିଟ୍ କାର୍ଡ ବିବରଣୀ ମାଗିନାହାଁନ୍ତି କିମ୍ବା ସେ ଏ ସମ୍ପର୍କରେ କୌଣସି ଫୋନ୍ କଲ୍ ପାଇନାହାଁନ୍ତି। କପୁର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜଣେ ତଥ୍ୟ ହାସଲ କରିଥିବା ପୋଲିସ ଅଧିକାରୀମାନେ ସନ୍ଦେହ କରିଥିଲେ। ଏହା ଜାଣିବାକୁ ମିଳିଛି ଯେ କପୁରଙ୍କ କାର୍ଡରୁ ଟଙ୍କା ଗୁରୁଗ୍ରାମର ଏକ କମ୍ପାନୀର ଆକାଉଣ୍ଟକୁ ଯାଇଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications