ଶାହରୁଖ ଖାନଙ୍କ ଜନ୍ମଦିନରେ ହେବ ଡବଲ୍ ଧମଲ, ରିଲିଜ୍ ହେବ ଏହି ଫିଲ୍ମର ଟିଜର
ଶାହରୁଖ ଖାନଙ୍କ ଜନ୍ମଦିନରେ ହେବ ଡବଲ୍ ଧମଲ, ରିଲିଜ୍ ହେବ ଏହି ଫିଲ୍ମର ଟିଜର
ମୁମ୍ବାଇ: ତିନି ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ରାଜ କରୁଛନ୍ତି ଶାହାରୁଖ ଖାନ । ଚଳିତ ବର୍ଷ ନଭେମ୍ବର 2 ରେ କିଙ୍ଗ ଖାନା ନିଜ 57 ତମ ଜନ୍ମଦିନ ପାଳନ କରିବା ପାଇଁ ଯାଉଛନ୍ତି । ଏହି ବିଶେଷ ଅବସରରେ ୟଶ ରାଜ ଫିଲ୍ମସ୍ କିଙ୍ଗ ଖାନଙ୍କୁ ଏକ ବିଶେଷ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶାହାରୁଖ ଖାନଙ୍କର ୟଶ ରାଜ ଫିଲ୍ମସ୍ ସହ ଦୀର୍ଘ ଦିନର ଉତ୍ତମ ସମ୍ପର୍କ ରହିଆସିଛି । ଯାହାକୁ ନଜରରେ ରଖି ୟଶ ରାଜ ଫିଲ୍ମସ୍ ଶାହାରୁଖଙ୍କ ଜନ୍ମଦିନରେ ତାଙ୍କ ଏକ ଉପହାର ଦେବା ପାଇଁ ଚାହୁଁଛନ୍ତି ।

ୟଶ ରାଜ ଫିଲ୍ମସର ବିଶେଷ ଉପହାର
ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'ର ଟିଜର ତାଙ୍କ ଜନ୍ମଦିନରେ ୟଶ ରାଜ ଫିଲ୍ମ ଦ୍ୱାରା ମୁକ୍ତିଲାଭ କରିବ । ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ଖାସ୍ ଅଟେ ଦ୍ୱିତୀୟ ଉପହାର । ଯାହା ଶାହାରୁଖଙ୍କ ସହ ତାଙ୍କ ଫ୍ୟାନ୍ସଙ୍କୁ ବି ବେଶ୍ ପସନ୍ଦ ଆସିବ । 20 ଅକ୍ଟୋବର 1995 ରେ ମୁକ୍ତିଲାଭ କରିଥିବା ଶାହାରୁଖଙ୍କ ସୁପରହିଟ୍ ଫିଲ୍ମ 'ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ'କୁ ଆଉ ଥରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛି ୟଶ ରାଜ ଫିଲ୍ମସ୍ । କରୋନା ପାଇଁ ଦୁଇ ବର୍ଷ ହେବ ବନ୍ଦ ଥିଲା । ସୂଚନା ଏହା ମଧ୍ୟ ରହିଛି ଯେ ଫିଲ୍ମ 'ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ' ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଫିଲ୍ମ 'ପଠାନ'ରେ ଶାହାରୁଖ ଖାନଙ୍କ ସହ ଦୀପିକା ପାଦୁକୋଣ, ଜନ୍ ଅବ୍ରାହମ୍ ମଧ୍ୟ ନଜର ଆସିବେ ।












Click it and Unblock the Notifications