୭ ଦିନରେ କେବଳ ଭାରତରେ ୩୦୦ କୋଟିର ବ୍ୟବସାୟ କଲା 'ପଠାନ୍', ଜାଣନ୍ତୁ ବିଦେଶର ଆୟ

ଶାହରୁଖ ଖାନ, ଦୀପିକା ପାଦୁକୋଣ ଏବଂ ଜନ ଅବ୍ରାହମଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି । ୭ ଦିନରେ କଲାଣି ୩୦୦ କୋଟିର ବ୍ୟବସାୟ ।

pathaan

ମୁମ୍ବାଇ: ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ୍' ଦର୍ଶକଙ୍କୁ ଯେପରି ନିଜ ଇଶାରାରେ ନଚାଉଛି । ଦିନକୁ ଦିନ ନୂଆ ରେକର୍ଡ ସାଙ୍ଗକୁ ଫ୍ୟାନ୍ସଙ୍କ ଭଲ ପାଇବା ଏହି ଫିଲ୍ମର ସଫଳତାରେ ଚାରଚାନ୍ଦ ଲଗାଇଛି । ୪ ବର୍ଷ ହେଉ ପଛେ ହେଲେ ଏକ ବଡ ସଫଳତାକୁ ନିଜ ନାଁରେ କରିନେଇଛନ୍ତି କିଙ୍ଗ୍ ଖାନ । ଶାହରୁଖ ଖାନ, ଦୀପିକା ପାଦୁକୋଣ ଏବଂ ଜନ ଅବ୍ରାହମଙ୍କ ଫିଲ୍ମ ପଠାନ୍ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି ।

କିଙ୍ଗ୍ ଖାନଙ୍କ କ୍ରେଜ୍ ଦେଶରେ ହିଁ ନୁହେଁ ବିଦେଶରେ ମଧ୍ୟ ଦେଖିବା ପାଇଁ ମିଳୁଛି । ତେବେ ନିକଟରେ ଫିଲ୍ମକୁ ନେଇ ବଡ ଖବର ପ୍ରକାଶ ପାଇଛି । ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ମାତ୍ର ୧ ସପ୍ତାହ ମଧ୍ୟରେ ୩୦୦ କୋଟି କ୍ଲବରେ ସାମିଲ୍ ହୋଇଛି ।

୭ ଦିନରେ ୩୦୦ କୋଟିର ବ୍ୟବସାୟ

ଶାହରୁଖ ଖାନଙ୍କ ଫିଲ୍ମ ଖୁବ୍ ଶୀଘ୍ର ୩୦୦ କୋଟିର ବ୍ୟବସାୟ କରିଛି । ପଠାନ ସପ୍ତମ ଦିନରେ ବକ୍ସ ଅଫିସରେ ଜବରଦସ୍ତ ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ତରଣ ଆଦର୍ଶଙ୍କ ରିପୋର୍ଟ ଅନୁସାରେ, ଶାହରୁଖ ଖାନଙ୍କ ପଠାନ ଏକ ସପ୍ତାହ ମଧ୍ୟରେ ୩୦୦ କୋଟି ଟଙ୍କା ଆୟ କରିଛି । ଏହି ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ବିଶ୍ୱ ସ୍ତରରେ ପ୍ରାୟ ୫୦୦ କୋଟିରୁ ଅଧିକ ଆୟ କରିସାରିଲାଣି ।

ଅନ୍ୟପକ୍ଷରେ ରିଲିଜ୍ ହେବାର ପ୍ରଥମ ସପ୍ତାହ ପରେ ଅର୍ଥାତ୍ ୭ଦିନ ପରେ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ପଠାନ୍'ର ଟିକେଟ୍ ମଧ୍ୟ ଶସ୍ତା ହେବାର ସୂଚନା ରହିଛି । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।

ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କଲା 'ପଠାନ୍'

ପଠାନ ୭ ଦିନରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବାହୁବଳୀ ୧୦ ଦିନରେ ୩୦୦ କୋଟି, କେଜିଏସ୍ ୧୧ ଦିନରେ ୩୦୦କୋଟି, ଦଙ୍ଗଲ୍ ୧୩ ଦିନରେ ୩୦୦ କୋଟି, ସଞ୍ଜୁ ୧୬ ଦିନରେ ୩୦୦ କୋଟି ପି.କେ ୧୯ ଦିନରେ ୩୦୦ କୋଟିର ବ୍ୟବସାୟ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+