Get Updates
Get notified of breaking news, exclusive insights, and must-see stories!

'ପଠାନ୍'ର କମାଲ୍, ବ୍ରେକ୍ କଲା ଦୁଇଟି ସୁପରହିଟ୍ ଫିଲ୍ମର ରେକର୍ଡ

ବାଦ ବିବାଦ ମଧ୍ୟରେ ରିଲିଜ୍ ହୋଇଥିବା ଫିଲ୍ମ 'ପଠାନ୍'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଓପନିଂ ଡେ'ପରି ଫିଲ୍ମଟି ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରି ଜବରଦସ୍ତ ଆୟ କରିଛି ।

pathaan

Pathaan Day 2 Box Office Collection:ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍'ରିଲିଜ୍ ହେବା ପରଠୁ ଚର୍ଚ୍ଚାରେ ରହିଛି । ଫିଲ୍ମର ଆୟ ବଢିବା ସହ ବଲିଉଡ ପାଇଁ ଏହି ଫଲ୍ମ ସଞ୍ଜିବିନି ସାଜିଛି । ବାଦ ବିବାଦ ମଧ୍ୟରେ ରିଲିଜ୍ ହୋଇଥିବା ଫିଲ୍ମ 'ପଠାନ୍'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଓପନିଂ ଡେ'ପରି ଫିଲ୍ମଟି ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରି ଜବରଦସ୍ତ ଆୟ କରିଛି । ଚାଲନ୍ତୁ ଦେଖିବା ୨୬ ଜାନୁଆରୀ ଦିନ ଫିଲ୍ମଟି କେତେ ଆୟ କରିଛି ।

ଦ୍ୱିତୀୟ ଦିନରେ 'ପଠାନ୍'ର ଆୟ
'ପଠାନ୍' ପ୍ରଥମ ଦିନରରେ ହିଁ ରଚିଥିଲା ଇତିହାସ । ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ରର ରେକର୍ଡ ସୃଷ୍ଟି କରିଥିଲା କିଙ୍ଗ୍ ଖାନଙ୍କର ଏହି ଫିଲ୍ମ । 'ପଠାନ୍' କେଜିଏଫ୍ -୨ ଏବଂ ୱାର୍ ଭଳି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି । ଶାହାରୁଖ ଖାନଙ୍କ ଏହି ଥ୍ରୀଲର ଫିଲ୍ମ ପ୍ରଥମ ଦିନରେ ହିନ୍ଦୀ ଭାଷାରେ ୫୫ କୋଟି ଆୟ କରିଥିବାବେଳେ ଏହା ଅନ୍ୟ ଭାଷାରେ ୨ କୋଟିର ବ୍ୟବସାୟ କରିଥିଲା। ଅନ୍ୟପକ୍ଷରେ, ଦ୍ୱିତୀୟ ଦିନରେ ଚଳଚ୍ଚିତ୍ରକୁ ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ଛୁଟିର ପୁରା ଲାଭ ମିଳିଛି ।

ଚଳଚ୍ଚିତ୍ରଟି ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ଅଧିକ ଆୟ କରିଛି । ଅର୍ଲି ଟ୍ରେଡର୍ସଙ୍କ ଅନୁଯାୟୀ 'ପଠାନ୍' ଗୁରୁବାର ଦିନ ବକ୍ସ ଅଫିସରେ ୬୫ କୋଟି ଟଙ୍କା ରୋଜଗାର କରିଥିଲା ​​ଅର୍ଥାତ୍ ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି ଅତିକ୍ରମ କରିଛି । ଫିଲ୍ମର ମୋଟ୍ ଆୟ ୧୨୨ କୋଟିରେ ପହଞ୍ଚିଛି ।

ଅନ୍ୟପକ୍ଷରେ,'ପଠାନ'ର ବିପୁଳ ରୋଜଗାର ଦେଖି କଳ୍ପନାଜଳ୍ପନା କରାଯାଉଛି ଯେ ଫିଲ୍ମଟି ସପ୍ତାହ ଶେଷ ସୁଦ୍ଧା ଅନେକ ସୁପରହିଟ୍ ଫିଲ୍ମର ରେକର୍ଡ ବ୍ରେକ୍ କରିପାରେ । ହେଲେ ରିଲିଜର ୨ ଦିନ ମଧ୍ୟରେ ୨ଟି ବିଗ୍ ବଜେଟ୍ ଫିଲ୍ମ ଯଥା 'କେଜିଏଫ୍ ୨' ଏବଂ 'ବାହୁବଳୀ ୨' ରେକର୍ଡ ବ୍ରେକ୍ କରିଛି । ବାସ୍ତବରେ, କେଜିଏଫ୍ 2 (ହିନ୍ଦୀ) ଦୁଇ ଦିନରେ ୧୦୦.୭୪ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଳୀ -୨ ଦୁଇ ଦିନରେ ୮୧.୫ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ଶାହରୁଖ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋଣ, ଜନ୍ ଅବ୍ରହାମ, ଆଶୁତୋଷ ରାଣା ଏବଂ ଡିମ୍ପଲ କାପାଡିଆଙ୍କ ଭଳି କଳାକର ମଧ୍ୟ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ'ରେ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନଙ୍କୁ ଜଣେ RAW ଏଜେଣ୍ଟ ଭୂମିକାରେ ଦେଖିବା ପାଇଁ ମିଳୁଛି । ସେହିପରି ଜନ୍ ଭିଲେନ୍ ଭୂମିକାରେ ଅଭିନୟ କରୁଛନ୍ତି ।

'ପଠାନ'ରେ ଶାହରୁଖ ଖାନଙ୍କ ଲୁକକୁ ବେଶ୍ ପ୍ରଶଂସା କରାଯାଉଛି। ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 'ପଠାନ୍' ୨୫୦କୋଟି ବଜେଟରେ ପ୍ରସ୍ତୁତ କରଯାଇଛି । ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ୮ ହଜାର ପରଦାରେ ମୁକ୍ତିଲାଭ କରିଛି ​।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+