ନନ୍ଦ ସାରଙ୍କ ଜୀବନୀକୁ ନେଇ ଫିଲ୍ମ 'ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ'
ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ। ଯାହାର ପୋଷ୍ଟର ଗତକାଲି ରିଲିଜ୍ କରାଯାଇଛି।
ଭୁବନେଶ୍ୱର: ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ। ଯାହାର ପୋଷ୍ଟର ଗତକାଲି ରିଲିଜ୍ କରାଯାଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ କିଶୋର ପୃଷ୍ଟି ଚାଟଶାଳୀ ଜରିଆରେ ଦୀର୍ଘ ୮୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି।

ଫିଲ୍ମର ନାଁ ହେଉଛି "ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ"। ଫିଲ୍ମଟି ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବ । ମୁଖ୍ୟ ଚରିତ୍ରରେ ଅଛନ୍ତି ଖୋଦ୍ ନନ୍ଦ ସାର୍। ପୋଷ୍ଟର ମହୁରତରେ ଓଡ଼ିଆ ଅଭିନେତ୍ରୀ ନୈନା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ଭିତରେ ପ୍ରଯୋଜକ ଅଭୟ ପତି, ନିର୍ଦ୍ଦେଶକ ପ୍ରଣବ ଆଇଚ ପ୍ରମୁଖ ଯୋଗଦେଇଥିଲେ।
ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପଡ଼କ୍ସନ ଓ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ନିବେଦିତ ଏହି ଫିଲ୍ମ ଓଟିଟି ଫର୍ମାଟରେ ରିଲିଜ୍ କରାଯିବ। ଯାହାର ନିର୍ଦ୍ଦେଶନା ଦେବେ କ୍ଷାତିସମ୍ପନ୍ନ ନିର୍ଦ୍ଦେଶକ ପ୍ରଣବ ଆଇଚ, ପ୍ରଯୋଜନା କରିବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଓ ଅଭିନେତ୍ରୀ ନୈନା ଦାଶ। ଏହାର କାହାଣୀ ଅସ୍ମିତା ପତି ଲେଖିଛନ୍ତି। ଫିଲ୍ମଟି ଯାଜପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ।

କିଛିଦିନ ପୂର୍ବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ। ପରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ନଭେମ୍ୱର ୯ ତାରିଖର ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ।












Click it and Unblock the Notifications