Mili Teaser Out: ଦମଦାର୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ
ଦମଦାର୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ
Mili Teaser Out:ଥ୍ରିଲର୍ ଫିଲ୍ମ 'ମିଲି'ର ଟିଜର ରିଲିଜ୍ । ଦମଦାର୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ । ସୋସିଆଲ ମିଡିଆରେ ସାଉଁଟୁଛନ୍ତି ପ୍ରଶଂସା । ଟିଜରରେ ଜାହ୍ନଭୀ ଭୟଭୀତ ନଜର ଆସୁଛନ୍ତି । ଅଭିନେତ୍ରୀ ଫିଲ୍ମର ଟିଜରକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଟିଜରର ଆରମ୍ଭରୁ ଅଭିନେତ୍ରୀ ନିଜ ଦେହରେ ଟେପ ଲଗାଉଥିବାର ନଜର ଆସୁଛନ୍ତି ।

ଟିଜରରେ ଆଗକୁ ଅଭିନେତ୍ରୀ ଏପରି ସ୍ଥାନରେ ତାଲା ପଡିଥିବାର ନଜର ଆସୁଛନ୍ତି, ଯେଉଁଠି ତାପମାତ୍ରା ବହୁତ କମ୍ ଅଛି । ଟିଜରର ସସପେନ୍ସକୁ ଅକ୍ଷୁର୍ଣ୍ଣ ରଖି ନିର୍ମାତାମାନେ ଟିଜରକୁ ଏକ ଖୁସିର ସଟ୍ ସହ ସମାପ୍ତ କରିଛନ୍ତି, ଯେଉଁଥିରେ ଜାହ୍ନବୀଙ୍କୁ ଫ୍ରିଜରୁ କ୍ଷୀର ପ୍ୟାକେଟ ବାହାର କରୁଥିବାର ଦେଖିବା ପାଇଁ ମିଳୁଛି । ଏହି ଟିଜର ରିଲିଜ ପୂର୍ବରୁ ବୁଧବାର ଦିନ ଜାହ୍ନବୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ଏବଂ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ତେବେ ଖାସ କଥା ହେଉଛି ଯେ ପ୍ରଥମ ଥର ଜାହ୍ନବୀ ପିତା ବୋନି କପୁରଙ୍କ ସହ ଫିଲ୍ମ କରୁଛନ୍ତି । ଏହି ଫିଲ୍ମରେ ସେ ଜଣେ ନର୍ସ ଚରିତ୍ରରେ ନଜର ଆସିବେ ।
ଟିଜର ସେୟାର କରି ଜାହ୍ନବୀ ଲେଖିଛନ୍ତି 'ବରଫ ପାଲଟିଯାଇଛି କିନ୍ତୁ କମ୍ପିନାହିଁ' । ସୂଚନାଥାଉ ଯେ, ଫିଲ୍ମ 'ମିଲି' ୨୦୧୯ରେ ରିଲିଜ୍ ହୋଇଥିବା ମାଲାୟାଲମ୍ ଫିଲ୍ମ 'ହେଲେନ୍'ର ରିମେକ୍ । ଜାତୀୟ ପୁରସ୍କାର ବିଜେତା ମାଥୁକୁଟ୍ଟୀ ଜାଭିୟର ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଫିଲ୍ମ 'ମିଲି'ରେ ଜାହ୍ନବୀ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ସନ୍ନି କୌଶଲ ଓ ମନୋଜ ପହୱାଙ୍କୁ ମଧ୍ୟ ଏହି ସିନେମାରେ ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୪ ତାରିଖରେ ଥିଏଟରରେ ରିଲିଜ୍ ହେବ ।












Click it and Unblock the Notifications