ଅର୍ଚ୍ଚନା ନାଗଙ୍କ ଉପରେ ତିଆରି ହେଉଛି ଫିଲ୍ମ ‘ମାୟାବିନୀ’
ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ । ଅର୍ଚ୍ଚନାଙ୍କ ରଙ୍ଗୀଲା ଲାଇଫ୍ଷ୍ଟାଇଲକୁ ନେଇ ତିଆରି ହେଉଛି ‘ମାୟାବିନୀ’।
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ । ଅର୍ଚ୍ଚନାଙ୍କ ରଙ୍ଗୀଲା ଲାଇଫ୍ଷ୍ଟାଇଲକୁ ନେଇ ତିଆରି ହେଉଛି 'ମାୟାବିନୀ'। ଏଥିରେ ଲଭ୍, ସେକ୍ସ ଓ କ୍ଲାଇମ୍ୟାକ୍ସ ରହିଛି ବୋଲି ଫିଲ୍ମ ପ୍ରଯୋଜକ କହିଛନ୍ତି। ସେ କହିଛନ୍ତି, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ନିର୍ମାଣ ହେବ ଫିଲ୍ମ ।

ଫିଲ୍ମର ସଂଳାପ ଲେଖାଚାଲିଛି। ଖୁବ୍ଶୀଘ୍ର ଶୁଟିଂ ଆରମ୍ଭ ହେବ। ଗୋଟିଏ ଫିଲ୍ମରେ ଯାହା ସବୁ ରହିବା କଥା ଏଥିରେ ରହିଛି। ଫିଲ୍ମ ରିଲିଜ୍ ହେଲେ, ରାଜ୍ୟର ସବୁ ମହିଳା ତାଙ୍କ ସ୍ୱାମୀଙ୍କୁ ଜବରଦସ୍ତି ଧରି ଫିଲ୍ମ ଦେଖାଉଇବାକୁ ନେବେ ବୋଲି ଶ୍ରୀ ମାର୍ଥା କହିଛନ୍ତି।
ଅନ୍ୟପଟେ ଏଭଳି କାହାଣୀକୁ ବା ସମାଜର ସଦ୍ୟ ଘଟଣାକୁ ନେଇ ପ୍ରସ୍ତୁତ ମୌଳିକ ଓଡ଼ିଆ ସିନେମା ନିଶ୍ଚୟ ଲୋକଙ୍କୁ ଭଲ ଲାଗିବ ଆଉ ଲୋକାଦୃତ ହେବ । କାରଣ ଅନେକ ସତ କାହାଣୀ ଦର୍ଶନକ ହୃଦୟକୁ ଛୁଇଁ ଥାଏ । ଏହାସହ ପାଟଣା ଗଡ ପାର୍ସଲ ବୋମା କାହାଣୀ ମଧ୍ୟ ଖୁବଶିଘ୍ର ରିଲିଜ ହେବ କହିବା ସହ ଏହା ସିନେମା ପରି ମାୟାବୀ ମଧ୍ୟ ବେଶ ଦର୍ଶକା ମନୋରଞ୍ଜନ କରିବେ ବୋଲି କହିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି ।
ବିଲ୍ଡର, ଫିଲ୍ମ ନିର୍ଦ୍ଦେଶକ, ବ୍ୟବସାୟୀ ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମାୟାଜାଲରେ ଫସାଉଥିଲା ଅର୍ଚ୍ଚନା। ଏବେ ସେ ଗିରଫ ହେବା ପରେ ଘଟଣା ଉପରୁ ପର୍ଦ୍ଦା ହଟୁଛି। ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାଜଧାନୀର ବ୍ଲାକମେଲ୍ର ଅର୍ଚ୍ଚନା ନାଗ। ସେ ଏବେ ଘରେ ଘରେ ପରିଚିତ।












Click it and Unblock the Notifications