ରିଲିଜ୍ ହେଲା 'ଲାଇଗର'ର ପ୍ରଥମ ଗୀତ,ବିଜୟଙ୍କ ଡ୍ୟାନ୍ସ କଲା ଫ୍ୟାନ୍ସଙ୍କୁ ମତୁଆଲା

ରିଲିଜ୍ ହେଲା 'ଲାଇଗର'ର ପ୍ରଥମ ଗୀତ,ବିଜୟଙ୍କ ଡ୍ୟାନ୍ସ କଲା ଫ୍ୟାନ୍ସଙ୍କୁ ମତୁଆଲା

ମୁମ୍ବାଇ:ରିଲିଜ୍ ହେଲା 'ଲାଇଗର'ର ପ୍ରଥମ ଗୀତ।ଯେଉଁଥିରେ ଅନନ୍ୟା ଓ ବିଜୟ ଦେବରାଜଗୋଣ୍ତାରଙ୍କର ଜବରଦସ୍ତ ରୋମାନ୍ସ ଦେଖିବା ପାଇଁ ମିଳୁଛି । ଚର୍ଚ୍ଚାରେ ଥିବା ଫିଲ୍ମ ଲାଇଗରର ଗୀତ ଅକଡି ପକଡି ରିଲିଜ ହୋଇଛି ।ସୁନ୍ଦର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ଜିଣୁଛି ଦର୍ଶକଙ୍କ ମନ ।ବିଜୟ ଓ ଅନନ୍ୟାଙ୍କ ଫିଲ୍ମ ଲାଇଗର ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୀତରେ ଉଭୟଙ୍କ ଯୋଡିକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି । ବିଜୟଙ୍କ ଡ୍ୟାନ୍ସ ସାଙ୍ଗକୁ ଅନନ୍ୟାଙ୍କର ଲଟକଝଟକ ଗୀତରେ ଚାରଚାନ୍ଦ ଲଗାଉଛି । ଗୀତରେ ଏକଦମ୍ ସାଉଥ୍ ଷ୍ଟାଇଲେରେ ଡ୍ୟାନ୍ସ କରୁଛନ୍ତି ବିଜୟ । ଗୀତ ଆରମ୍ଭରୁ ବିଜୟ -ଅନନ୍ୟା ବାଇକରେ ନଜର ଆସୁଛନ୍ତି ।

LIGER

ଖୁବ ଶିଘ୍ର ରିଲିଜ୍ ହେବ ଫିଲ୍ମ ଲାଇଗର । ଲାଇଗର ଜରିଆରେ ବିଜୟ ବଲିଉଡରେ ଡେବ୍ୟୁ କରିବେ ।ଏହି ଫିଲ୍ମଟି ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଓ ଧର୍ମା ପ୍ରଡକ୍ସନ ଅଧୀନରେ କରଣ ଜୋହରଙ୍କ ଦ୍ୱାରା ନିର୍ମିତ ।ତେବେ ଏହା ଏକ ପାନ୍ ଇଣ୍ତିଆ ଫିଲ୍ମ ।ଯାହା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଚଳିତ ଅଗଷ୍ଟ ୨୫ରେ ରିଲିଜ୍ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+