'ମା କାଳୀ'ଙ୍କ ହାତରେ ସିଗାରେଟ୍ ,ପୋଷ୍ଟରକୁ ନେଇ ବିବାଦ
film Kaali Poster Controversy:Leena Manimekalai's documentary film has come under fire for hurting religious sentiments .ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ ,'ମା କାଳୀ'ଙ୍କ ହାତରେ ସିଗାରେଟ୍
ମୁମ୍ବାଇ:ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ । ଫିଲ୍ମର ପୋଷ୍ଟର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ଜୁଲାଇ ୨ରେ ରିଲିଜ କରିଥିଲେ । ଯେଉଁ ପୋଷ୍ଟରରେ ମା' କାଳୀ ରୂପରେ ଜଣେ ମହିଳା ବେଶଭୂଷା ପରିଧାନ କରି ସିଗାରେଟ୍ ଟାଣୁଛନ୍ତି । ଏହାସହ ଗୋଟେ ହାତରେ ତ୍ରିଶୁଳ ତ ଆଉ ଏକ ହାତରେ LGBT ସମ୍ପ୍ରଦାୟର ପତାକା ଦେଖିବା ପାଇଁ ମିଳୁଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ ଓ ଏହା ସହ ଲୀନା ମଣିମେକଲଇଙ୍କ ଗିରଫ କରିବା ପାଇଁ ମଧ୍ୟ ଦାବି କରାଯାଉଛି ।
ஒரு மாலைப்பொழுது, டோரோண்டோ மாநகரத்தில காளி தோன்றி வீதிகளில் உலா வரும்போது நடக்கிற சம்பவங்கள் தான் படம். படத்தைப்பார்த்தா “arrest leena manimekalai” hashtag போடாம “love you leena manimekalai” hashtag போடுவாங்க.✊🏽 https://t.co/W6GNp3TG6m
— Leena Manimekalai (@LeenaManimekali) July 4, 2022
ସୋସିଆଲ ମିଡିଆରେ ଲୋକେ ଫିଲ୍ମ ମେକର୍ସଙ୍କୁ ଟ୍ରୋଲ କରିବା ସହ ଗିରଫ କରିବା ପାଇଁ ଦାବି କରୁଛନ୍ତି । ଏହା ସହ ସୋସିଆଲ ମିଡିଆରେ #arrestleenamanimekalai ମଧ୍ୟ ଟ୍ରେଣ୍ତ କରୁଛି । ଚଳଚ୍ଚିତ୍ର ନିର୍ମାତା ଦେବୀଙ୍କ ଚିତ୍ର ମାଧ୍ୟମରେ ସେମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି ଏବଂ ପୋଷ୍ଟର ହଟାଇବାକୁ ପାଇଁ ଦାବି ଜୋର ଧରିଛି ।

ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ସେୟାର କରିବାବେଳେ କହିଥିଲେ ଯେ ତାଙ୍କର ଏହି ଫିଲ୍ମ କାନାଡା ଫିଲ୍ମ ଫେଷ୍ଟିଭାଲରେ (Rhythms of Canada)ପ୍ରଦର୍ଶିତ ହେବ। ସେ ନିଜର ଏହି ଫିଲ୍ମକୁ ନେଇ ଖୁବ ଖୁସି ଅଛନ୍ତି । ହେଲେ ଏବେ ଫିଲ୍ମର ପୋଷ୍ଟରକୁ ନେଇ ଦେଖାଦେଇଥିବା ବିବାଦ ତାଙ୍କ ଫିଲ୍ମକୁ କେତେ ସଫଳତା ଦେଉଛି ତାହା ଦେଖିବା ବାକିରହିଲା ।












Click it and Unblock the Notifications