ରିଲିଜ୍ ହେଲା ଫିଲ୍ମ 'ଫାଇଟର୍', ପ୍ରଶଂସା ସାଉଁଟିଲେ ହ୍ରିତିକ୍-ଦୀପିକା
Fighter: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଫିଲ୍ମ 'ଫାଇଟର୍' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସିନେମାର ଯବରଦସ୍ତ ଆକ୍ସନ ଫ୍ୟାନ୍ସଙ୍କୁ ମତୁଆଲା କରୁଛି । ଟ୍ରେଲର ରିଜିଲ୍ ହେବା ପରେ ଲୋକେ ଏହି ଚଳଚ୍ଚିତ୍ରର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅପେକ୍ଷାର ଅନ୍ତ ହୋଇଛି ଏବଂ ସିନେମା ଘର ବାହାରେ ପ୍ରଶଂସକଙ୍କ ଲମ୍ବା ଲାଇନ୍ ଦେଖିବା ପାଇଁ ମିଳୁଛି ।
ରିଲିଜ୍ ପୂର୍ବରୁ ହିଁ ଫ୍ୟାନ୍ସଙ୍କ ମଧ୍ୟ ଫାଇଟର ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ଏପରିସ୍ଥିତିରେ ପ୍ରଥମ ଦିନରେ ଏହି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟ ବାହାରେ ଜବରଦସ୍ତ ଭିଡ଼ ଦେଖିବା ପାଇଁ ମିଳୁଛି, ଏପରିକି ସିନେମାର ଆଡଭାନ୍ସ ବୁକିଂ ମଧ୍ୟ କରାଯାଇଛି । ସେହିପରି ବର୍ତ୍ତମାନ ଅନେକ ଦର୍ଶକ ଫାଇଟର ରିଭ୍ୟୁ ଜାଣିବା ପାଇଁ ମଧ୍ୟ ଉତ୍ସାହିତ ଅଛନ୍ତି । କାରଣ ଅନେକ ଦର୍ଶକ ସିନେମାର ରିଭ୍ୟୁ ଦେଖି ହିଁ ଫିଲ୍ମ ଦେଖିବା ପସନ୍ଦ କରନ୍ତି ।
#OneWordReview...#Fighter: BRILLIANT.
— taran adarsh (@taran_adarsh) January 24, 2024
Rating: ⭐️⭐️⭐️⭐️½#War. #Pathaan. Now #Fighter. Director #SiddharthAnand scores a hat-trick… Aerial combat, drama, emotions and patriotism, #Fighter is a KING-SIZED ENTERTAINER, with #HrithikRoshan’s bravura act as the topping… JUST DON’T… pic.twitter.com/t9fmssfw2P
ଏହି ଫିଲ୍ମ ପାଇଁ ହ୍ରିତିକ ରୋଶନ, ଦୀପିକା ପାଦୁକୋଣ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ 'ଫାଇଟର୍'ର ପ୍ରଥମ ସମୀକ୍ଷା ବାଣିଜ୍ୟ ବିଶେଷଜ୍ଞ ତରଣ ଆଦର୍ଶ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ତରନ ଆଦର୍ଶ ଫିଲ୍ମ 'ଫାଇଟର୍'କୁ 4 ରେଟିଂ ଦେଇଛନ୍ତି । ଏହାସହ ସେ କହିଛନ୍ତି, ଫିଲ୍ମ ଫାଇଟରରେ ଆକ୍ସନ୍, ଡ୍ରାମା, ଇମୋସନ୍ ଏବଂ ଦେଶପ୍ରେମର ଏକ ସୁନ୍ଦର ଝଲକ ଦେଖିବା ପାଇଁ ମିଳିବ । ହ୍ରିତିକ୍ ଓ ଦୀପିକାଙ୍କ ଅଭିନୟର ମଧ୍ୟ ସେ ଖୁବ୍ ପ୍ରଶଂସା କରିଛନ୍ତି ।

ହ୍ରିତିକ-ଦୀପିକାଙ୍କ ଚମତ୍କାର ଅଭିନୟର ପ୍ରଶଂସା କରି ସେ ଲେଖିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ହ୍ରିତିକ ରୋଶନ ଏହି ଚଳଚ୍ଚିତ୍ରର ଶୋଷ୍ଟପର୍। ଅନ୍-ସ୍କ୍ରିନ୍ ଏହି ଯୋଡି ଅର୍ଥାତ୍ ହ୍ରିତିକ୍ ଓ ଦୀପିକାଙ୍କ ଯୋଡିକୁ ମଧ୍ୟ ସେ ଜବରଦସ୍ତ ବୋଲି କହିଛନ୍ତି । ସେହିପରି ଅନିଲ କପୁରଙ୍କ ଅଭିନୟର ପ୍ରଶଂସା କରି ସେ ଲେଖିଛନ୍ତି ସବୁ ଥର ଏପରି ଏଥର ମଧ୍ୟ ସେ ପରଫେକ୍ଟ । ଫିଲ୍ମ 'ଫାଇଟର୍' 2 ଘଣ୍ଟା 46 ମିନିଟର ସିନେମା । ଏହି ସିନେମାକୁ U / A ସାର୍ଟିଫିକେଟ୍ ମିଳିଛି । ଫିଲ୍ମଟି ବକ୍ସ ଅଫିସରେ ଏକ ଭଲ ଓପନିଂ କରିବ ବୋଲି ଆଶା କରାଯାଉଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications