କଙ୍ଗନା ରଣାୱତଙ୍କ ଫିଲ୍ମ 'Emergency'କୁ ମିଳିଲା ଗ୍ରିନ୍ ସିଗନାଲ୍, ଏହି ତାରିଖରେ ହେବ ରିଲିଜ୍
Emergency Release Date: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Emergency'ର ଅନେକ ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଅପେକ୍ଷା ଶେଷ ହୋଇଛି । ଶେଷରେ ଫିଲ୍ମଟି ରିଲିଜ୍ ତାରିଖ ଫାଇନାଲ୍ ହୋଇଯାଇଛି, ଏନେଇ କଙ୍ଗନା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମ ରିଲିଜ୍ ତାରିଖକୁ ନେଇ ଖୁବ୍ ଚିନ୍ତାରେ ଥିଲେ ହେଲେ ବର୍ତ୍ତମାନ ତାଙ୍କ ଫିଲ୍ମକୁ ଗ୍ରିନ୍ ସିଗନାଲ ମିଳିଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ମାଧ୍ୟମରେ ଅଭିନେତ୍ରୀ କଙ୍ଗନା କହିଛନ୍ତି ଯେ ଏହି ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ପକ୍ଷରୁ ଗ୍ରିନ୍ ସିଗନାଲ ମିଳିଛି ଏବଂ ବର୍ତ୍ତମାନ ଚଳଚ୍ଚିତ୍ର 'Emergency ' ଆସନ୍ତା ବର୍ଷ ଜାନୁଆରୀ 17 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
17th January 2025 – The epic saga of the nation’s most powerful woman and the moment that altered India’s destiny. #Emergency – Unveils Only in cinemas on 17.01.2025! @KanganaTeam @AnupamPKher #SatishKaushik @shreyastalpade1 #MahimaChaudhry @milindrunning #VishakNair… pic.twitter.com/dC0gnYSNlW
— Kangana Ranaut (@KanganaTeam) November 18, 2024
କଙ୍ଗନା ରଣାୱତ ନିଜ ଏକ୍ସ ହ୍ୟାଣ୍ତଲରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଏଥିରେ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ନଜର ଆସୁଛନ୍ତି । ଏହା ସହିତ କଙ୍ଗନା ଲେଖିଛନ୍ତି, '17 ଜାନୁୟାରୀ 2025 - ଦେଶର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ କାହାଣୀ ଦେଖିବ ପୁରା ଦେଶ । ଅର୍ଥାତ୍ ଜାନୁୟାରୀ 17, 2025 ରେ ପ୍ରେକ୍ଷାଳୟକୁ 'Emergency ' ରିଲିଜ୍ ହେବ ।












Click it and Unblock the Notifications