Jr NTR'ଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ କପୁର

Devara Second Single Out: ବଲିଉଡ ଅଭିନେତ୍ରୀ ଜହ୍ନବୀ କପୁର ନିଜ ଆଗାମୀ ଫିଲ୍ମ 'ଉଲଝ'କୁ ନେଇ ବର୍ତ୍ତମାନ ହେଡଲାଇନରେ ରହିଛନ୍ତି । ହେଲେ ତାଙ୍କର ଏହି ଫିଲ୍ମ ବକ୍ସଅଫିସରେ କିଛି ଭଲ ଆୟ କରିନାହିଁ । ଏହି ସମୟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦେବରା'କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଏହି ଚଳଚ୍ଚିତ୍ରର 'ଧୀର ଧୀର' ଗୀତ ମୁକ୍ତିଲାଭ କରିଛି।

'ଧୀର ଧୀର' ହେଉଛି 'ଦେବରା'ର ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଜୁନିଅର ଏନଟିଆରର ପ୍ରଥମ ଗୀତ 'ଫେୟର' ରିଲିଜ୍ ହୋଇଥିଲା । ଯାହା ଖୁବ୍ ଲାଇମଲାଇଟରେ ରହିଥିଲା ଏବଂ ଦର୍ଶକଙ୍କ ବେଶ ଖୁବ୍ ଭଲ ପାଇବା ସାଉଁଟିଥିଲା । ବର୍ତ୍ତମାନ ଲୋକମାନେ 'ଧୀର ଧୀର' ଗୀତକୁ ମଧ୍ୟ ପସନ୍ଦ କରୁଛନ୍ତି। ଏଥିରେ ଜୁନିଅର NTR ଏବଂ ଜହ୍ନବୀ କପୁରଙ୍କ କେମେଷ୍ଟ୍ରି ରହିଛି ଫୋକସରେ । ଉଭଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ଦର୍ଶକଙ୍କ ମନ ଜିଣିଛି । ହିନ୍ଦୀ ବ୍ୟତୀତ ଏହି ଗୀତ ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି ।

Devara

ଶିଳ୍ପା ରାଓ ଜାହ୍ନବୀ କପୁର ଏବଂ Jr NTR'ଙ୍କ ଏହି ଗୀତରେ ସ୍ୱର ଦେଇଛନ୍ତି ଏବଂ ତାଙ୍କ ସହ ଅନିରୁଦ୍ଧ ମଧ୍ୟ ସ୍ୱର ଦାନ କରିଛନ୍ତି । ଏଥିରେ ଜାହ୍ନବୀ ଏବଂ ଜୁନିଅର ଏନଟିଆରଙ୍କ ଚମତ୍କାର କେମେଷ୍ଟ୍ରି ପ୍ରଶଂସକଙ୍କ ହୃଦୟ ଜିଣିଛି । ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ୍ ଫ୍ୟାନ୍ସଙ୍କ ମନ ଜିଣୁଛି ।

ଏହି ଗୀତ ରିଲିଜ୍ ହେବା ପରେ ଜଣେ ଉପଭୋକ୍ତା ଜୁନିଅର NTR କୁ ପ୍ରକୃତରେ ବିଶ୍ୱସ୍ତରୀୟ ତାରକା ବୋଲି କହିଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହା ଏକ ବହୁତ ଭଲ ଗୀତ ଜୟ NTR' । ଜହ୍ନବୀ ଏବଂ ଜୁନିଅର ଏନଟିଆର ବ୍ୟତୀତ ଜଣେ ଉପଭୋକ୍ତା ଗାୟକ ଶିଳ୍ପାଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, 'ଜୁନିଅର NTR ଗ୍ରେଟ୍ ।

ଏହି ଚଳଚ୍ଚିତ୍ର ଜାହ୍ନୀ କପୁରଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ସେ ଏହି ସିନେମା ଜରିଆରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜାହ୍ନବୀ ଏବଂ ଏନଟିଆରଙ୍କ ଏହି ଫିଲ୍ମ 27 ସେପ୍ଟେମ୍ବର 2024 ରେ ବଡ ପରଦାରେ ମୁକ୍ତିଲାଭ କରିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+