ସଲମାନଙ୍କ ସିନେମା ରେକର୍ଡ ବ୍ରେକ୍ କଲା ଫିଲ୍ମ 'ଦେବରା'
Devara Box Office Collection Day 7: 'ଦେବରା - ଭାଗ -1' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦୀର୍ଘ ସମୟ ଅପେକ୍ଷା ପରେ, ସେପ୍ଟେମ୍ବର 27 ରେ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଏହା ଖୁବ୍ ଅଧିକ ଆୟ କରିବାରେ ସଫଳ ହୋଇଛି । Jr NTR ଅଭିନୀତ ଏହି ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି ହେଲେ ଏବେ ମଧ୍ୟ ଏହି ଫିଲ୍ମ କୋଟିକୋଟି ଟଙ୍କା ଆୟ କରୁଛି । ଏହି ଫିଲ୍ମ ସଲମାନ ଖାନଙ୍କ ଫିଲ୍ମର ରେକର୍ଡ ମଧ୍ୟ ବ୍ରେକ୍ କରିଛି ।

ରିପୋର୍ଟ ଅନୁସାରେ ଦେବରା -1 ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସରେ 82.5 କୋଟି ଟଙ୍କା ସଂଗ୍ରହ କରିଥିଲା। ଏହି ଚଳଚ୍ଚିତ୍ର ଦ୍ୱିତୀୟ ଦିନରେ 38.2 କୋଟି, ତୃତୀୟ ଦିନରେ 39.9 କୋଟି ଏବଂ ଚତୁର୍ଥ ଦିନରେ 12.75 କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ 14 କୋଟି ଏବଂ ଷଷ୍ଠ ଦିନରେ 21 କୋଟି ଟଙ୍କା ବ୍ୟବସାୟ କରିଥିଲା।
ବର୍ତ୍ତମାନ ସପ୍ତମ ଦିନର ଆକଳନ ବାହାରିଛି, ଯାହା ଅନୁଯାୟୀ ଫିଲ୍ମ ଏପର୍ଯ୍ୟନ୍ତ 2 କୋଟି ଟଙ୍କା ସଂଗ୍ରହ କରିଛି । 'ଦେବରା - ଭାଗ-' 'ମଧ୍ୟ ସାରା ବିଶ୍ୱରେ ଭଲ ସଂଗ୍ରହ କରୁଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି 334 ରୁ 336 କୋଟି ଟଙ୍କା ରୋଜଗାର କରିଛି।












Click it and Unblock the Notifications