ଆଲିଆ ଭଟ୍ଟଙ୍କ 'ଡାର୍ଲିଙ୍ଗସ୍' ଏତେ କୋଟିରେ ବିକ୍ରି, ନେଟ୍ଫ୍ଲିକ୍ସ ସହ ହେଲା ବଡ ଡିଲ୍
FILM DARLING REVIEW :ଆଲିଆ ଭଟ୍ଟଙ୍କ 'ଡାର୍ଲିଙ୍ଗସ୍' ଏତେ କୋଟିରେ ବିକ୍ରି, ନେଟ୍ଫ୍ଲିକ୍ସ ସହ ହେଲା ବଡ ଡିଲ୍
ମୁମ୍ବାଇ: ଅନେକ ବିବାଦ ମଧ୍ୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇସାରିଛି 'ଡାର୍ଲିଙ୍ଗସ୍'। ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଶେଫାଲୀ ଶାହାଙ୍କ ଅଭିନୟ ଚାରଚାନ୍ଦ ଲଗାଇଛି । ଏହି ଡାର୍କ କମେଡି ଫିଲ୍ମଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ତେବେ ଏହି ଫିଲ୍ମଟି ଆଲିଆ ଭଟ୍ଟଙ୍କ ଦ୍ୱାରା ନିର୍ମିତ ଏହା ପ୍ରଥମ ଚଳଚ୍ଚିତ୍ର । ଯାହା ଆଲିଆ ପ୍ରଡକସନ୍ରେ ପ୍ରସ୍ତୁତ ହୋଇଛି ।


ତେବେ ଆଲିଆଙ୍କ ଫିଲ୍ମ ଡାର୍ଲିଙ୍ଗସ୍ ନେଇ ନେଟଫ୍ଲିକ୍ସ ଏକ ବଡ ଡିଲ୍ ହୋଇଛି । TOI ରିପୋର୍ଟ ଅନୁଯାୟୀ ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାମାନଙ୍କୁ ୮୦ କୋଟି ଟଙ୍କା ଦେଇଛି । ତେବେ ଆଜିକାଲି ଦର୍ଶକ ଓଟିଟିରେ ଫିଲ୍ମ ଦେଖିବା ଅଧିକ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସଠୁ ଅଧିକ କଲେକସନ୍ OTT ପ୍ଲାଟଫର୍ମରେ କରୁଛି। ଅନ୍ୟପଟେ ଏବେ ବଲିଉଡ ଅପେକ୍ଷା ସାଉଥ୍ ଚଳଚ୍ଚିତ୍ରକୁ ଅଧିକ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଦର୍ଶକ ।












Click it and Unblock the Notifications