ଅଭିନେତା କେଆରକେ ଗିରଫ
Mumbai: Film Critic Kamal Khan Arrested At Airportଅଭିନେତା କେଆରକେ ଗିରଫ
ମୁମ୍ବାଇ: ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର ଖାନ । KRK ଭାବରେ ଜଣାଶୁଣା ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର ଖାନ ପୁଣି ଥରେ ଚର୍ଚ୍ଚାରେ । କେଆରକେଙ୍କୁ ଗିରଫ କରିଛି ମଲାଡ ପୋଲିସ । ବିବାଦରେ ଥିବା KRK ବିରୋଧରେ ମଲାଡ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା ।

ସୂଚନା ଅନୁସାରେ କମାଲ ଆର ଖାନ ତାଙ୍କର ଏକ ଟ୍ୱିଟ୍ ପାଇଁ ଗିରଫ ହୋଇଛନ୍ତି । ବିବାଦିୟ ଟ୍ୱିଟ୍ କରି ଅଡୁଆରେ KRK। ଏକ ବିବାଦୀୟ ଟ୍ୱିଟ୍ ପାଇଁ KRKଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମଲାଡ୍ ପୋଲିସ୍ ସୂଚନା ଦେଇଛି । ସୂଚନା ଅନୁସାରେ କମାଲ ଖାନଙ୍କୁ ବିମାନବନ୍ଦରରେ ପ୍ରଥମେ ପଚରାଉଚରା କରାଯାଇଥିଲା ଯାହା ପରେ ତାଙ୍କୁ ମଲାଡ ପୋଲିସ ଗିରଫ କରିଛି ।
Maharashtra | Kamal Rashid Khan arrested by Malad Police over his controversial tweet in 2020. He was arrested after he landed at Mumbai Airport. He will be presented before Borivali Court today: Mumbai Police
(Pic - Khan's Twitter account) pic.twitter.com/7gjG3sZ43G
— ANI (@ANI) August 30, 2022
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଅନେକ ଥର କମାଲ ଆର ଖାନ ନିଜ ଟ୍ୱିଟ୍ ପାଇଁ ବିବାଦରେ ରହିଆସିଛନ୍ତି । ବିବାଦୀୟ ଟ୍ୱିଟ୍ ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡର ଅନେକ କଳାକାରଙ୍କୁ ଟାର୍ଗେଟ୍ କରିବା ସହ ଟ୍ୱିଟ୍ କରି ସମସ୍ତଙ୍କୁ ସମାଲୋଚନା କରିଥାନ୍ତି । ସୁପରଷ୍ଟାର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ବିରୋଧରେ ଟ୍ୱିଟ୍ କରି ଚର୍ଚ୍ଚା ସାଉଁଟିଥାନ୍ତି କେଆରକେ । ଏପରିକି କେଆର୍କେ ସଲମାନ ଖାନ୍ଙ୍କ ଫିଲ୍ମ 'ରାଧେ'କୁ ନେଇ ସୋସିଆଲ ମିଡିଆରେ ନେଗେଟିଭ୍ ରିଭ୍ୟୁ ଦେବା ସହ ଅନେକ ଥର ସଲମାନଙ୍କୁ ନେଇ ବ୍ୟକ୍ତିଗତ ଟିପ୍ପଣୀ ଦେଇଥାନ୍ତି ।ଯେଉଁଥି ପାଇଁ ସଲମାନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ତେବେ ଅନେକ ହିନ୍ଦୀ ଓ ଭୋଜପୁରୀ ଫିଲ୍ମରେ କମାଲ ଆର୍ ଖାନ୍ କାମ କରିସାରିଛନ୍ତି । ୨୦୦୫ରେ ରିଲିଜ ହୋଇଥିବା ଫିଲ୍ମ 'ସିତମ୍' ଜରିଆରେ ସେ ପ୍ରଡ୍ୟୁସର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।












Click it and Unblock the Notifications