ବଢୁଛି ଫିଲ୍ମ 'ଭୋଲା'ର ଚାହିଦା, ୬ଦିନରେ ଆୟ କଲା ଏତେ କୋଟି
ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଅଜୟ ଦେବଗନଙ୍କ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଭୋଲା' ଗତ ଗୁରୁବାର ଦିନ ରାମ ନବମୀ ଅବସରରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରକୁ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଓପନିଂ ଡେ'ରେ ଏହି ଫିଲ୍ମ ୧୧ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା । ପ୍ରଥମ ଦିନର ଆୟକୁ ଦେଖି ଆଶା କରାଯାଉଥିଲା ଯେ, ଅଜୟଙ୍କ ଏହି ଫିଲ୍ମଟି ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରିବ ।
ହେଲେ ଦ୍ୱିତୀୟ ଦିନରେ ଫିଲ୍ମର ଆୟ ୩୩ ପ୍ରତିଶତ ହ୍ରାସ ପାଇଥିଲା । ଯାହା ମେକର୍ସଙ୍କୁ ଦେଇଥିବା ଏକ ସକ୍ତ ଝଟକା । ହେଲେ ୱିକେଣ୍ତରେ 'ଭୋଲା'ପୁଣି ଟ୍ରାକକୁ ଫେରିଥିଲା ଏବଂ ଜବରଦସ୍ତ ବ୍ୟବସାୟ କରିଥିଲା । ସେହିପରି ରିଲିଜ ପରେ ପ୍ରଥମ ସୋମବାର ଦିନ ଫିଲ୍ମ ଆୟ ପୁଣି କମିଯାଇଥିଲା । ତେବେ ବର୍ତ୍ତମାନ ଚାଲନ୍ତୁ ନଜର ପକାଇବା ଫିଲ୍ମଟି ମୁକ୍ତିଲାଭ କରିବାର ଷଷ୍ଠ ଦିନରେ କେତେ ଆୟ କରିଛି ।

ରିପୋର୍ଟ ଅନୁସାରେ, 'ଭୋଲା' ରିଲିଜ୍ ହେବାର ଷଷ୍ଠ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ୪.୫୦ କୋଟିର ବ୍ୟବସାୟ କରିଛି । ସେହିପରି ସୋମବାର ଦିନ ମଧ୍ୟ ଫିଲ୍ମଟି ୪.୫୦ କୋଟି ଆୟ କରିଛି । ଏହା ସହିତ 'ଭୋଲା'ର ମୋଟ ଆୟ ବର୍ତ୍ତମାନ ୫୩.୨୮ କୋଟି ଟଙ୍କା ରହିଛି । ୧୦୦ କୋଟି ବଜେଟରେ ନିର୍ମିତ 'ଭୋଲା' ୫ ଦିନ ମଧ୍ୟରେ ୫୦ କୋଟିର ବ୍ୟବସାୟ କରି ସାରିଲାଣି । ଆଗମୀ ଦୁଇ ସପ୍ତାହ ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା' ୧୦୦କୋଟିର ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications