ଅନଲାଇନ୍ ଲିକ୍ ହେଲା ଫିଲ୍ମ 'ଅବତାର: ଦ ୱେ ଅଫ୍ ୱାଟର'

ଅନଲାଇନ୍ ଲିକ୍ ହେଲା ଫିଲ୍ମ 'ଅବତାର: ଦ ୱେ ଅଫ୍ ୱାଟର'

Avatar The Way Of Water: କୌଣସି ଚଳଚ୍ଚିତ୍ର ରିଲିଜ ହେବା ପରେ ଅନଲାଇନରେ ଲିକ୍ ହେବା କଥା କୌଣସି ବଡ଼ କଥା ନୁହେଁ । ହେଲେ ଯେତେବେଳେ ଏକ ଫିଲ୍ମ ବିଶ୍ୱବ୍ୟାପୀ ରିଲିଜ୍ ହେବାର ୨୪ ଘଣ୍ଟା ପୂର୍ବରୁ ଲିକ୍ ହୁଏ, ଏହା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କଲା ପରି ଘଟଣା । ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଅବତାର: ଦ ୱେ ଅଫ୍ ୱାଟର' କିଛି ୟୁରୋପୀୟ ଦେଶରେ ଏହାର ପ୍ରିମିୟରର କିଛି ସମୟ ପରେ ଏବଂ ରିଲିଜ୍ ପୂର୍ବରୁ ଅନଲାଇନ ଲିକ୍ ହୋଇଛି ।

ଅନେକ ପାଇରେଟେଡ୍ ୱେବସାଇଟରେ ଉପଲବ୍ଧ ଅଛି ଅବତାର-୨
ଅବତାର-୨ ଟରେଣ୍ଟ ପୋର୍ଟାଲ ଏବଂ ବେଆଇନ ଷ୍ଟ୍ରିମିଂ ଆପ୍ସ ସହିତ ପ୍ରାୟ ସମସ୍ତ ପାଇରେଟେଡ୍ ଡାଉନଲୋଡ୍ ୱେବସାଇଟରେ ଉପଲବ୍ଧ ଅଛି । 'ଅବତାର: ଦ ୱେ ଅଫ୍ ୱାଟର' 1080p ପ୍ରିଣ୍ଟରେ ଉପଲବ୍ଧ କରାଯାଇଛି । ଏହି ଚଳଚ୍ଚିତ୍ରଟି ସ୍ପାନିସ୍ ସବଟାଇଟଲ୍ ସହ ଅପଲୋଡ୍ କରାଯାଇଛି । ଫିଲ୍ମର ପ୍ରିଣ୍ଟ୍ ଏବଂ ଅଡିଓ ମଧ୍ୟ ସ୍ପଷ୍ଟ ରହିଛି ।

 Avatar The Way Of Water

ଲିକ୍ ହାବେ ସତ୍ୱେ ଅବତାର-୨ worldwide ବକ୍ସ ଅଫିସରେ ୫୦୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିବାକୁ ଯାଉଛି । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଏହି ବୁଧବାର ଏହାର ସୀମିତ ରିଲିଜରେ ଆନ୍ତର୍ଜାତୀୟ ସ୍ତରରେ ୧୫ ମିଲିୟନ ଡଲାରରୁ ଅଧିକ ଆୟ କରିସାରିଛି ।


୨୦୨୨ 'ଅବତାର: ଦ ୱେ ଅଫ୍ ୱାଟର' ହେଉଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୬ ଡିସେମ୍ବରରେ ଲଣ୍ଡନରେ ମୁକ୍ତିଲାଭ କରିଛି ଏବଂ ବର୍ତ୍ତମାନ ୧୬ ଡିସେମ୍ବରରେ ଆମେରିକାରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ୨୦୦୯ ହିଟ୍ ଫିଲ୍ମ 'ଅବତାର'ର ସିକ୍ୱେଲ୍ ଅଟେ । ୧୩ ବର୍ଷ ପରେ, ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ରିଲିଜ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ଚଳଚ୍ଚିତ୍ରଟି ପ୍ରାୟ ୪୦୦ ମିଲିୟନ୍ ଡଲାରରେ ନିର୍ମାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+