ରିଲିଜ୍ ହେଲା ଆଦିପୁରୁଷର ଗୀତ 'ରାମ ସିଆ ରାମ', ୧ ଘଣ୍ଟା ମଧ୍ୟରେ ୧.୨ ମିଲିୟନ୍ ଭ୍ୟୁ
ମୁମ୍ବାଇ: ଆଦିପୁରୁଷ ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ ରିଲିଜ ହୋଇଛି। ଏହି ଗୀତ ଆସିବା ମାତ୍ରେ ଦର୍ଶକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଛି । ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି ଏହି ଗୀତ ।
ଏହି ଚଳଚ୍ଚିତ୍ରର ଟ୍ରେଲର ପରେ ଏହାର ଦ୍ୱିତୀୟ ଗୀତ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି । ଆଦିପୁରୁଷଙ୍କ ଦ୍ୱିତୀୟ ଗୀତ 'ରାମ ସିଆ ରାମ' ରିଲିଜ୍ ହେବା ପରଠାରୁ ୟୁଟ୍ୟୁବରେ ନମ୍ବର ୱାନ୍ ସ୍ଥାନରେ ଟ୍ରେଣ୍ଡ୍ କରୁଛି । ଏହି ଗୀତର ଲିରିକ୍ସର ବେଶ୍ ପ୍ରଶଂସା କରାଯାଉଛି । ମାତ୍ର 1 ଘଣ୍ଟା ମଧ୍ୟରେ 1.2 ମିଲିୟନ୍ ଭ୍ୟୁ ପାଇ ସାରିଲାଣି ଏହି ଗୀତ ।
ସୋସିଆଲ ମିଡିଆ ଟ୍ରେଣ୍ତ କରୁଛି ଗୀତ
ଆଦିପୁରୁଷଙ୍କ ଦ୍ୱିତୀୟ ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାସୀର ଶୁକ୍ଳା ଲେଖିଥିବା ବେଳେ ଲୋକପ୍ରିୟ ଗାୟକ ସାଚେତ୍ ଏବଂ ପରମପରା କଣ୍ଠ ଦାନ କରିଛନ୍ତି । ଗତକାଲି ଅଭିନେତା ପ୍ରଭାସ ତାଙ୍କ ଅଫିସିଆଲ୍ ଟ୍ୱିଟରରେ ପ୍ରଶଂସକଙ୍କୁ ଏହି ଗୀତ ରିଲିଜ୍ ବିଷୟରେ ସୂଚନା ଦେଇଥିଲେ।

ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପୂର୍ବରୁ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଲୋଚନା ହେଉଛି । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ଟ୍ରୋଲ କରାଯାଇଥିଲା ହେଲେ ଟ୍ରେଲରକୁ ପ୍ରଶଂସକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ବର୍ତ୍ତମାନ ଫିଲ୍ମର ଗୀତ ଟ୍ରେଣ୍ତରେ ରହିବା ସହ ଲୋକପ୍ରିୟତା ସାଉଁଟୁଛି ।
କେବେ ରିଲିଜ ହେବ ଫିଲ୍ମ
'ଆଦିପୁରୁଷ'ର ଟ୍ରେଲରକୁ ଖୁବ୍ ଭଲ ପ୍ରତିକ୍ରିୟା ମିଳିଛି । ଏହା ସହିତ ରିଲିଜ୍ ପୂର୍ବରୁ ପ୍ରଶଂସକମାନେ ଫିଲ୍ମକୁ ବ୍ଲକବଷ୍ଟର କହିବା ଆରମ୍ଭ କରିଦେଇଛନ୍ତି । 16 ଜୁନ୍, 2023 ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications