ହ୍ରିତିକ୍-ଦୀପିକାଙ୍କ ଦମଦାର୍ ଅନ୍ଦାଜ୍ ସହ ରିଲିଜ୍ ହେବାଲ ଫିଲ୍ମ 'ଫାଇଟର' ଟିଜର୍
Fighter Teaser Release: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫାଇଟର୍' ରିଲିଜକୁ ବର୍ତ୍ତମାନ ସମସ୍ତଙ୍କ ଅପେକ୍ଷା । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କୁ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ଦେଖିବା ପାଇଁ ମିଳିବ । ସିନେମାଟିର ପୋଷ୍ଟର ରିଲିଜ୍ ପରଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସାହର ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପ୍ରଶଂସକଙ୍କ ଉତ୍ସାହ ବଢାଇବା ପାଇଁ ନିର୍ମାତାମାନେ ଆଜି 'ଫାଇଟର୍'ର ରୋମାଞ୍ଚକର ଟିଜର ରିଲିଜ୍ କରିଛନ୍ତି। ଟିଜର ଦମଦାର ଆକ୍ସନ ଦେଖିବା ପାଇଁ ମିଳୁଛି ।
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫାଇଟର୍'ର ନିର୍ମାତାମାନେ ଆଜି ଏହାର ଟିଜର ରିଲିଜ୍ କରି ପ୍ରଶଂସକମାନଙ୍କୁ ଫିଲ୍ମର ପ୍ରଥମ ଝଲକ ଦେଖାଇଛନ୍ତି। 1 ମିନିଟ୍ 13 ସେକେଣ୍ଡ୍ ଟିଜରରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋଣ ଏବଂ ଅନିଲ କପୁରଙ୍କ ଦମଦାର ଲୁକ୍ ସମସ୍ତଙ୍କୁ କରୁଛି ମତୁଆଲା । ସେନା ୟୁନିଫର୍ମ ପିନ୍ଧିଥିବା ସମସ୍ତ ତିନୋଟି ତାରକା ଚମତ୍କାର ଦେଖାଯାଉଛନ୍ତି । ଏହି ଫିଲ୍ମରେ ଦୀପିକା ଏବଂ ହ୍ରିତିକ ଯୁଦ୍ଧ ବିମାନ ଚଳାଉଥିବାର ନଜର ଆସୁଛନ୍ତି ।

ଟିଜର ଶେଷରେ ଜାତୀୟ ପତାକା ସହିତ ହେଲିକପ୍ଟରରେ ହ୍ରିତିକଙ୍କ କ୍ଲୋଜିଂ ସଟ୍ ଏହି ଟିଜରରେ ଚାରଚାନ୍ଦ ଲଗାଇଛି । ଏହା ବ୍ୟତୀତ ହ୍ରିତିକ-ଦୀପିକାଙ୍କ ଚମତ୍କାର କେମେଷ୍ଚ୍ରିକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ସୋସିାଲ ମିଡିଆରେ ଉଭୟଙ୍କର ଏକ ହଟ୍ ଫଟୋ ଆଜି ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଏହି ଯୋଡିକୁ ସୁପରହିଟ୍ କହିବା ଆରମ୍ଭ କରିଦେଇଛନ୍ତି ।
ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ଫାଇଟର୍'ରେ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋଣ ଏବଂ ଅନିଲ କପୁରଙ୍କୁ ଦେଖିବା ପାଇଁ ମିଳୁଛି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଫାଇଟର୍ ଆସନ୍ତା ବର୍ଷ ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ ବଡ ପରଦାରେ ମୁକ୍ତିଲାଭ କରିବ ।












Click it and Unblock the Notifications