ଜାତୀୟ ପତକାକୁ ଅପମାନ କଲେ ନୋରା, ଟ୍ରୋଲ କେଲେ ଫ୍ୟାନ୍ସ

ଜାତୀୟ ପତକାକୁ ଅପମାନ କଲେ ନୋରା, ଟ୍ରୋଲ କେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡର ଡ୍ୟାନ୍ସିଂ କଇନ୍ ନୋରା ଫତେହି । ଦେଶ ବିଦେଶରେ ଏକ ଚର୍ଚ୍ଚିତ ଚେହେରା । ନିଜ ଗ୍ଲାମର୍ ଲୁକ୍ ଏବଂ ଡ୍ୟାନ୍ସ ପାଇଁ ସେ ଦର୍ଶକଙ୍କ ମନରେ ରାଜ କରନ୍ତି । ନୋରାଙ୍କ ପପୁଲାରିଟିକୁ ନଜରରେ ରଖି ତାଙ୍କୁ ନିକଟରେ କାତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ରେ ପର୍‌ଫର୍ମ କରିବା ପାଇଁ ସୁଯୋଗ ମିଳିଥିଲା । ଯେଉଁଥି ପାଇଁ ନୋରା ଜବରଦସ୍ତ ପ୍ରସ୍ତୁତି ମଧ୍ୟ କରିଥିଲେ ଏବଂ ଫିଫା ବିଶ୍ୱକପ ଫ୍ୟାନ୍ ଫେଷ୍ଟିଭାଲରେ ନୃତ୍ୟ ପରିବେଷଣ କରିଥିଲେ । ହେଲେ ଏହି ସମୟରେ ସେ ଏକ ବଡ ଭୁଲ କରିବସିଥିଲେ ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେବା ପାଇଁ ପଡୁଛି ।

Nora Fatehi

ବାସ୍ତବରେ, ମଞ୍ଚ ଉପରେ ହାତରେ ତ୍ରିରଙ୍ଗା ଧରି ନୋରା ଜୟ ହିନ୍ଦ୍ ସ୍ଲୋଗାନ ଦେଇ ଭାରତୀୟଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରିଥିଲେ । ବାସ୍ ଏଥି ପାଇଁ ଏବେ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବା ପାଇଁ ପଡୁଛି । ସୋସିଆଲ ମିଡିଆକେ ଫିଫା ୱାର୍ଲ୍ଡକପ୍‌ ଷ୍ଟାଡିୟମରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ହାତରେ ଭରତର ଜାତୀୟ ପତକା ଧରିଥିବାର ଦେଖିବା ପାଇଁ ମିଳୁଛି । 'ବିଶ୍ୱ କପର ମଞ୍ଚ ଉପରେ ସେ ଛିଡା ହୋଇ କହୁଛନ୍ତି ଯେ ଭାରତ ଏହି ଖେଳର ଭାଗ ନେଇ ନାହିଁ ସତ ହେଲେ ଆମେ ଏହି ଉତ୍ସବର ଅଂଶ ସଙ୍ଗୀତ, ଡ୍ୟାନ୍ସ ମଧ୍ୟମରେ ଆଜି ଭାରତ ଏଠି ଉପସ୍ଥିତ ଅଛି' । ନୋରାଙ୍କ ସହ ପୁରା ଷ୍ଟାଡିୟମ୍ ଜୟ ହିନ୍ଦ ସ୍ଲୋଗାନ ଦେଇଥିଲା ।

ହେଲେ ଏହି ଭିଡିଓରେ ନୋରା ଭାରତର ପତକାକୁ ଭୁଲ ଢଙ୍ଗରେ ଧରିଥିବା ନେଇ ଅଭିଯୋଗ କରାଯାଉଛି । ତ୍ରୀରଙ୍ଗାକୁ ସେ ଓଲଟା ଉଡାଇବା ସବ ଓଢଣୀ ଭଳି ଦେହରେ ଗୁଡାଇ ଥିଲେ ଏବଂ ଯେଉଁ ଭଳି ଭାବରେ ନୋରା ପତକାକୁ ତଳେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ ଫେରାଇଥିଲେ ତାକୁ ନେଇ ଲୋକଙ୍କ ଟାର୍ଗେଟରେ ଅଭିନେତ୍ରୀ । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଘଟଣା ନେଇ ନୋଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+