ଡ୍ରେସ୍ ନା ରେନିକୋଟ୍...ଦୀପିକାଙ୍କୁ ନେଇ ଏମିତି କମେଣ୍ଟ କଲେ ଲୋକେ
ଡ୍ରେସ୍ ନା ରେନିକୋଟ୍... ଦୀପିକାଙ୍କୁ ନେଇ ଏମିତି କମେଣ୍ଟ କଲେ ଲୋକେ
କିଛି ଦିନ ହେଲା ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋଣ ଲାଇମଲାଇଟରେ ରହିଛନ୍ତି । ଦୀପିକା 'ପଠାନ' ପାଇଁ ଉଭୟ ଚର୍ଚ୍ଚା ଓ ବିବାଦରେ ଅଛନ୍ତି । ସେହିପରି ରବିବାର ଦିନ ଦୀପିକା ପାଦୁକୋଣ 'ଫିଫା ବିଶ୍ୱକପ 2022' ଟ୍ରଫି ଉନ୍ମୋଚନ କରି ଇତିହାସ ସୃଷ୍ଟି କରିଛନ୍ତି । ହେଲେ ଅଭିନେତ୍ରୀଙ୍କର ପୋଷାକ ଏହି ବିଶେଷ ଉତ୍ସବରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପୋଷାକ ପାଇଁ ପୁଣି ସୋଶାଲ ମିଡିଆରେ ଦୀପିକାଙ୍କୁ ଟ୍ରୋଲ କରାଯାଉଛି ।
କତାରର ଲୁସେଲ ଷ୍ଟାଡିୟମରେ 'ଫିଫା ବିଶ୍ୱକପ 2022' ଟ୍ରଫି ଉନ୍ମୋଚନ କରିବା ପରେ ଦୀପିକା ପାଦୁକୋନ ବର୍ତ୍ତମାନ ହେଡଲାଇନରେ ଅଛନ୍ତି । ପୁଣି ନିଜ ଆଉଟଫିଟ୍ ବା ପୋଷାକ ପାଇଁ ଅଭିନେତ୍ରୀ ଟ୍ରୋଲର ଶିକାର ହୋଇଛନ୍ତି । ଲଗାତାର ତାଙ୍କୁ ସୋଶାଆଲ ମିଡିଆରେ ସମାଲୋଚନା କରାଯାଉଛି । ବାସ୍ତବରେ, ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଦୀପିକା ଫିଫା ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିଥିଲେ । ଏହି ସମୟରେ ଦୀପିକା କଳା ପ୍ୟାଣ୍ଟ, ଧଳା ସାର୍ଟ ଏବଂ ବ୍ରାଉନ୍ ଚମଡା କୋଟ୍ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା ।

Why is Deepika Padukone all covered up here??No skimpy clothes & plunging necklines coz it is Qatar?? pic.twitter.com/rnlmeKSeLm
— Rosy (@rose_k01) December 18, 2022
ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କର ଏହି ଡ୍ରେସ୍ ପାଇଁ ସେ ଚର୍ଚ୍ଚାରେ ରହିଥିଲେ । ଜଣେ ସୋଶାଲ ମିଡିଆ ୟୁଜର୍ ଲେଖିଛନ୍ତି ଦୀପିକା ରଣବୀର ସିଂଙ୍କର ଅଲ୍ଲାଉଦିନ୍ ଖିଲଜୀ ଡ୍ରେସ୍ ପିନ୍ଧି ନେଇଛନ୍ତି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏଠାରେ ଦୀପିକା ପାଦୁକୋଣ କାହିଁକି ସମ୍ପୂର୍ଣ୍ଣ କଭର କଲା ଭଳି ଡ୍ରେସ୍ ପିନ୍ଧିଛନ୍ତି । କାରଣ ଏହା କତାର । ସେହିଭଳି ଜଣେ ବ୍ୟକ୍ତି ଲେଖଛନ୍ତି ଏହା ଡ୍ରେସ୍ ନା ରେନିକୋଟ୍ । ଦୀପିକାଙ୍କର ଏହି ଡିଜାଇନର ଡ୍ରେସ୍ ପାଇଁ ଏବେ ତାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡୁଛି ।












Click it and Unblock the Notifications