Femina Miss India 2023:ମିସ୍ ଇଣ୍ତିଆ ମୁକୁଟ ପିନ୍ଧଲେ ନନ୍ଦିନୀ ଗୁପ୍ତା
Femina Miss India 2023: ଶନିବାର ଦିନ ଆୟୋଜିତ ହୋଇଯାଇଛି ୫୯ ତମ' ଫେମିନା ମିସ୍ ଇଣ୍ତିଆ ୱାର୍ଲଡ' । ଚଳିତ ବର୍ଷ ୩୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଟା ରାଜସ୍ଥାନର ସୁନ୍ଦରୀ ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ତିଆ ୨୦୨୩ର ମୁକୁଟ ବିଜୟିନୀ ହୋଇଛନ୍ତି ।
ନନ୍ଦିନୀ ଗୁପ୍ତା ନିଜ ଆତ୍ମବିଶ୍ୱାସ ଏବଂ ସୌନ୍ଦର୍ଯ୍ୟରେ ମିସ୍ ଇଣ୍ତିଆର ଟାଇଟେଲ୍ ଜିତିଥିବାବେଳେ ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍ ଏବଂ ମଣିପୁରର ଥୁନାୱେଜମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର ଅପ୍ ହୋଇଛିନ୍ତି । ମଣିପୁରରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରପତି ପ୍ୟାନେଲରେ ସିନି ସେଟ୍ଟୀ, ମେଣ୍ଟର ନେହା ଧୂପିଆ, କୋରିଓଗ୍ରାଫର ଟେରେନ୍ସ ଲୁଇସ୍, ହର୍ଷବର୍ଦ୍ଧନ କୁଲକର୍ଣ୍ଣି, ବକ୍ସିଂ ଆଇକନ୍ ସରିତା ଦେବୀ, ଡିଜାଇନର୍ ରକି ଷ୍ଟାର ଏବଂ ନମ୍ରତା ଜୋଶିପୁରା ପ୍ରମୁଖ ରହିଥିଲେ ।

ସେହିପରି ଖୁମାନ୍ ଇଣ୍ତୋର୍ ଷ୍ଟାଡିୟମରେ ଆୟୋଜିତ Femina Miss India 2023ରେ ଯୋଗ ଦେଇ ନିଜ ଜଲୱା ଦେଖାଇଥିଲେ ବଲିଉଡର ହସିନା ଅନନ୍ୟା ପାଣ୍ତେ ଏବଂ କାର୍ତ୍ତିକ ଆର୍ଯ୍ୟନ୍ । ସେହିପରି ଭୂମି ପେଡନେକର ଏବଂ ମନୀଷ ପଲଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ସୂଚନାଥାଉ ଯେ, ରାଜସ୍ଥାନ କୋଟା ବାସିନ୍ଦା ୧୯ ବର୍ଷୀୟ ନନ୍ଦିନୀ'ବିଜନେସ୍ ମ୍ୟାନେଜମେଣ୍ଟ'ରେ ଡିଗ୍ରୀ ହାସଲ କରିଛନ୍ତି ।
ସେ ମଡେଲିଙ୍ଗ୍ ମଧ୍ୟ କରୁଥିଲେ । ସେହିପରି ସେ ସେଣ୍ଟ ପଲସ୍ ସିନିୟର୍ ସେକେଣ୍ତାରି ସ୍କୁଲର ଛାତ୍ରୀ ଥିଲେ । ଫେମିନା ମିସ୍ ଇଣ୍ତିଆ ୨୦୨୨ର ବିଜେତା ସାଜିଥିଲେ କର୍ଣ୍ଣାଟକର ସିନି ଶେଟ୍ଟୀ ।












Click it and Unblock the Notifications