ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତା କିଏ? କାହାର ଫି' ସବୁଠୁ ଅଧିକ?

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରି ଦୁନିଆର ସବୁଠୁ ଦାମୀ ଚଳଚ୍ଚିତ୍ର ଶିଳ୍ପ ଭାବରେ ପରିଗଣିତ । ଏହାର କାରଣ ହେଉଛି ଅଭିନେତାମାନଙ୍କ ଫି ଏବଂ ସେମାନଙ୍କ ଚଳଚ୍ଚିତ୍ରର ବଜେଟ୍। ସଲମାନ, ଶାହାରୁଖ, ଅକ୍ଷୟ ଠାରୁ ଆରମ୍ଭ କରି ରଣବିର କପୁର ପର୍ଯ୍ୟନ୍ତ ଅଭିନେତାଙ୍କ ଦେୟ ଏତେ ଅଧିକ ଯେ ବେଳେବେଳେ ଏହି ଅଭିନେତାଙ୍କ ଫି ଫିଲ୍ମର ବଜେଟଠାରୁ ଅଧିକ ହୋଇଥାଏ । ଆସନ୍ତୁ ଜାଣିବା, ବଲିଉଡର ପ୍ରସିଦ୍ଧ ଅଭିନେତାମାନେ ଗୋଟିଏ ଫିଲ୍ମ ପାଇଁ କେତେ ଚାର୍ଜ କରନ୍ତି ।

Akhyay kumar

ବଲିଉଡର ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ପ୍ରଥମ ଆସୁଛନ୍ତି ଖିଲାଡି କୁମାର । କାରଣ ଏହି ତାଲିକାର ପ୍ରଥମ ଧାଡିରେ ରହିଛି ଅକ୍ଷୟ କୁମାରଙ୍କ ନାମ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ସିନ୍ଦୂର ପାଇଁ ସେ ଦାବି କରିଥିଲେ 135 କୋଟି ଟଙ୍କାର ମୋଟ ଅଙ୍କ । ବଡେ ମିଆଁ, ଛୋଟେ ମିଆଁ ପାଇଁ ମଧ୍ୟ ଦାବି କରିଛନ୍ତି ସମାନ ପରିମାଣ ଫି । କିଛି ଅପେକ୍ଷାକୃତ ସ୍ୱଳ୍ପ ବଜେଟ ଚଳଚ୍ଚିତ୍ର ଏବଂ ଘରୋଇ ପ୍ରଡକ୍ସନ୍ ପାଇଁ ଅକ୍ଷୟ ଏକ ହାଇବ୍ରିଡ୍ ମଡେଲ୍ ଗ୍ରହଣ କରିଛନ୍ତି । ଅର୍ଥାତ, ଅଭିନୟ ପାଇଁ ସ୍ୱଳ୍ପ ଫି ଡିମାଣ୍ଡ କରି ଫିଲ୍ଡର ଲାଭାଂଶରୁ 40 ରୁ 50 ପ୍ରତିଶତ ଅର୍ଥ ଦାବି ପାଇଁ କନଟ୍ରାକ୍ଟ ସାଇନ କରିବା ।

Salman

ସଲମାନ ଖାନ ଇଣ୍ଡଷ୍ଟ୍ରିର ଅନ୍ୟତମ ମହଙ୍ଗା ଅଭିନେତା । 2016 ମସିହାରେ ସଲମାନ ଖାନ ସୁଲତାନ ଫିଲ୍ମ ପାଇଁ 100 କୋଟି ଟଙ୍କା ନେଇଥିଲେ। ଗୋଟିଏ ବର୍ଷ ପରେ, 2017 ରେ, ଟାଇଗର ଜିନ୍ଦା ହେ ପାଇଁ ସଲମାନଙ୍କ ଫି 130 କୋଟି ଟଙ୍କାକୁ ବୃଦ୍ଧି ପାଇଲା । ଏହା ସହିତ ସଲମାନ ସବୁଠାରୁ ଦାମୀ ଅଭିନେତା ତାଲିକାରେ ଯୋଡିଥିଲେ ନିଜ ନାମ। ଏହି ଦୁଇଟି ଚଳଚ୍ଚିତ୍ର ୟଶ ରାଜ ଫିଲ୍ମ ପ୍ରଡକ୍ସନ୍ସର ଥିଲା । ସଲମାନ ମୋଟ ଲାଭର 60 ରୁ 70 ପ୍ରତିଶତ ପାଇଁ ସାଇନ କରିଥିଲେ କନଟ୍ରାକ୍ଟ । ଭାରତ ଚଳଚ୍ଚିତ୍ର ପାଇଁ ଭାଇଜାନଙ୍କୁ ମିଳିଥିଲ 120 କୋଟି ଟଙ୍କା । ସେଥିମଧ୍ୟରୁ ସାଟେଲାଇଟ ରାଇଟ୍ସରୁ 80 କୋଟି ଏବଂ ଡିଜିଟାଲ ପ୍ଲାଟଫର୍ମରୁ 40 କୋଟି ରୋଜଗାର କରାଯାଇଥିଲା।

ଶାହାରୁଖ ଖାନ ଏବଂ ଆମୀର ଖାନ ବଲିଉଡ ଇଣ୍ଡଷ୍ଟ୍ରିର ଅନ୍ଯତମ ଦାମୀ କଳାକାର । ଶାହାରୁଖ ଏବଂ ଆମୀର ଉଭୟ ଇଣ୍ଡଷ୍ଟ୍ରିର ଅଭିନେତା ଯିଏ ଫିଲ୍ମର ଲାଭ ଉପରେ ଦାବି କରିଥାନ୍ତି ଫି'। ଦୁହେଁ ଦୀର୍ଘ ବର୍ଷ ଧରି ଅଭିନୟ ବାବଦକୁ ଦେୟ ନେବା ବନ୍ଦ କରିଦେଇଛନ୍ତି । ଗତ ଦଶକ ଆରମ୍ଭରୁ ଉଭୟ ଲାଭାଂଶ ବଣ୍ଟନର ସଫଳ ମଡେଲକୁ ଅନୁସରଣ କରିଛନ୍ତି । ଶାହାରୁଖଙ୍କ ଚୁକ୍ତି ଅନୁଯାୟୀ ଯେ କୌଣସି ଚଳଚ୍ଚିତ୍ରର ଲାଭ ଉପରେ ତାଙ୍କର ଅଂଶ 60 ପ୍ରତିଶତ ଅଟେ। ଏଥିସହିତ ଆମୀର ଖାନ 75 ପ୍ରତିଶତ ଅଂଶଧନ ନିଅନ୍ତି ।

amir khan shahrukh khan

ହ୍ରିତିକ ରୋଶନ ବଲିଉଡର ଅନ୍ୟତମ ଆକର୍ଷଣୀୟ ଅଭିନେତା । ହ୍ରିତିକ ରୋଶନ ମଧ୍ୟ ଫିଲ୍ମର ଲାଭରେ ଅଂଶ ଦାବି କରନ୍ତି । ତେବେ ହ୍ରିତିକ କେତେକ ଚଳଚ୍ଚିତ୍ର ପାଇଁ ଫି ଗ୍ରହଣ କରିବା ସହିତ ହାଇବ୍ରିଡ ମଡେଲକୁ ବାଛିଛନ୍ତି। ହ୍ରିତିକ ତାଙ୍କର ଶେଷ ଦୁଇଟି ଚଳଚ୍ଚିତ୍ର - ସୁପର 30 ଏବଂ ଯୁଦ୍ଧ ପାଇଁ 50 ରୁ 55 ପ୍ରତିଶତ ଲାଭ ମଡେଲ ଗ୍ରହଣ କରିଛନ୍ତି ।

hritik

ଅନ୍ୟ କଳାକାରଙ୍କ ଫି - ରଣଭୀର ସିଂ ଏକ ଚଳଚ୍ଚିତ୍ର ପାଇଁ 50 କୋଟି ଟଙ୍କା ଆଦାୟ କରନ୍ତି । ଲାଭ ବଣ୍ଟନ ଉପରେ ବରୁଣ ଧାୱନ କିଛି କମ ନୁହନ୍ତି । ଜନ୍ ଆବ୍ରାହମ୍ ତାଙ୍କର ଅଭିନୟ ଶୁଳ୍କ ପ୍ରାୟ 3 ଗୁଣ ବୃଦ୍ଧି କରିଛନ୍ତି । ସତ୍ୟମେବ ଜୟତେରେ 7 କୋଟି ନେଇଥିବା ଜନ୍ ଏହାର ସିକ୍ୱେଲ ପାଇଁ 21 କୋଟି ଫି ରଖିଛନ୍ତି । ଏହା ସହିତ ସହିଦ କପୁର ଜର୍ସି ପାଇଁ 31 କୋଟି ଟଙ୍କା ଆଦାୟ କରିଥିଲେ। ଟାଇଗର ଶ୍ରଫ୍ ମଧ୍ୟ 25 ରୁ 30 କୋଟି ଟଙ୍କା ଆକ୍ଟିଂ ଫି ଆଦାୟ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+