ଫ୍ୟାସନ୍ କୁଇନ୍ ଉର୍ଫିଙ୍କ ବୋଲ୍ଡ ଲୁକ୍, ଫ୍ୟାନ୍ସ କହିଲେ ଏପରି କଥା...
ଫ୍ୟାସନ୍ କୁଇନ୍ ଉର୍ଫିଙ୍କ ବୋଲ୍ଡ ଲୁକ୍, ଫ୍ୟାନ୍ସ କହିଲେ ଏପରି କଥା...
ମୁମ୍ବାଇ: ବିଗ୍ ବସ ଓଟିଟି ଫେମ୍ ଓ ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦଙ୍କୁ ପୁଣି ଏକ ନୂଆ ଅତରଙ୍ଗି ଅନ୍ଦାଜରେ ଦେଖିବା ପାଇଁ ମିଳିଲା । ସୋସିଆଲ ମିଡିଆରେ ଉର୍ଫିଙ୍କର ଏହି ନୂଆ ଅବତାର ଅନେକ ଲୋକଙ୍କୁ ଚକିତ୍ କରିଛି । ଏଥର ଉର୍ଫି ଫ୍ୟାଶନ ନା'ରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଉର୍ଫିଙ୍କ ବିକିନି ଅନ୍ଦାଜକୁ ନେଇ ବେସ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ରିଆଲିଟି ସୋ 'ବିଗ୍ ବସ୍' ର OTT ପ୍ଲାଟଫର୍ମରେ ଉର୍ଫି ଜାଭେଦଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ଶୋ ବ୍ୟତୀତ ଉର୍ଫି ସୋସିଆଲ ମିଡିଆରେ ତାଙ୍କର ଅସାଧାରଣ ଫ୍ୟାଶନ ଯୋଗୁଁ ଜବରଦସ୍ତ ଲୋକପ୍ରିୟତା ଓ ଚର୍ଚ୍ଚାରେ ରହିଥାନ୍ତି । ସେ ନିଜ ବୋଲ୍ଡ ଷ୍ଟାଇଲ୍ ପାଇଁ ସୋସିଆଲ ମିଡିଆରେ ସେ ଲାଇମଲାଇଟରେ ରହିଥାନ୍ତି ପ୍ରତିଦିନ କିଛି ନା କିଛି ନୂଆ ଅନ୍ଦାଜରେ ତାଙ୍କୁ ଦେଖିବା ପାଇଁ ମିଳିଥାଏ । ଉର୍ଫିଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ବେଶ୍ ଅଧିକ ।

ସବୁ ଥର ପରି ଏଥର ମଧ୍ୟ କିଛି ଡିଫରେଣ୍ଟ ସ୍ଟାଇଲରେ ନଜର ଆସିଛନ୍ତି ଅଭିନେତ୍ରୀ ଯାହା ଅନେକ ଲୋକଙ୍କୁ ଚକିତ କରିଛି । ପୁଣି ଥରେ ଉର୍ଫି ନିଜ ନୂଆ ବୋଲ୍ଡ ଲୁକରେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି । ସେ ମଲ୍ଟି ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି । ଉର୍ଫିଙ୍କର ଏହି ଫୋଟରେ ୨ଲକ୍ଷରୁ ଅଧିକ ଲାଇକ୍ ସହ ବେଶ୍ ଭାଇରାଲ ହେବାରେ ଲାଗିଛି ତାଙ୍କର ଏହି ବୋଲ୍ଡ ଫଟୋ ।













Click it and Unblock the Notifications