ବିଜ୍ଞାପନରେ ନଗ୍ନତା ପ୍ରଦର୍ଶନ କରି ବିବାଦୀୟ ହୋଇଛନ୍ତି ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ
ବମ୍ବେ: ମଙ୍ଗଳସୂତ୍ର ବିଜ୍ଞାପନରେ ନଗ୍ନତା ପ୍ରଦର୍ଶନ କରି ବିବାଦୀୟ ହୋଇଛନ୍ତି ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ । ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଆଜି ଓକିଲ ଆଶୁତୋଷ ଦୁବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସବ୍ୟସାଚୀ ତାଙ୍କ ମଙ୍ଗଳସୂତ୍ର ଜୁଏଲାରୀ ଡିଜାଇନରେ ଅର୍ଦ୍ଧ ନଗ୍ନ ନାରୀଙ୍କ ସହିତ ଜଣେ ପୁରୁଷଙ୍କ ଇଣ୍ଟିମେଟ ଫଟୋ ପ୍ରକାଶ କରିଛନ୍ତି ।

ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରର ମହତ୍ୱ ଅଧିକ ଥିବା ବେଳେ ବିଜ୍ଞାପନରେ ଏହାକୁ ଶସ୍ତା ଢ଼ଙ୍ଗରେ ପରିବେଷଣ କରାଯାଇଥିଲା । ଯାହାକି ପରୋକ୍ଷରେ ନାରୀର ସମ୍ମାନକୁ ତଳେ ପକାଇଥିଲା । ପୂର୍ବରୁ ସିଏଟ, ମାନ୍ୟବର ଓ ଫ୍ୟାବଇଣ୍ଡିଆ ବିରୋଧରେ ମଧ୍ୟ ହିନ୍ଦୁ ଧର୍ମକୁ ଅପମାନ କରିବା ନେଇ ମାମଲା ରୁଜୁ କରାଯାଇଥିଲା ।












Click it and Unblock the Notifications