ଏକ୍ସପାରୀ ଔଷଧରେ ଦମନ ପୋଷ୍ଟର୍
ସାରା ଦେଶରେ ଚର୍ଚ୍ଚା ସାଉଣ୍ଟୁଛି ଓଡିଆ ମୁଭି ଦମନ । ଏପଟେ ସୁପରଷ୍ଟାର ବାବୁସାନଙ୍କର ଅନେକ ଫ୍ୟାନ ଦମନକୁ ନେଇ ବିଭିନ୍ନ ଉପାୟରେ ସେଲିବ୍ରେସନ କରୁଛନ୍ତି । ଇତିମଧ୍ୟରେ ଔଷଧ ବଟିକାରେ ‘ଦମନ’ ଚଳଚ୍ଚିତ୍ରର ପୋଷ୍ଟର୍ ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ସାରା ଦେଶରେ ଚର୍ଚ୍ଚା ସାଉଣ୍ଟୁଛି ଓଡିଆ ମୁଭି ଦମନ । ଏପଟେ ସୁପରଷ୍ଟାର ବାବୁସାନଙ୍କର ଅନେକ ଫ୍ୟାନ ଦମନକୁ ନେଇ ବିଭିନ୍ନ ଉପାୟରେ ସେଲିବ୍ରେସନ କରୁଛନ୍ତି । ଇତିମଧ୍ୟରେ ଔଷଧ ବଟିକାରେ 'ଦମନ' ଚଳଚ୍ଚିତ୍ରର ପୋଷ୍ଟର୍ ଦେଖିବାକୁ ମିଳିଛି ।

ଏକ୍ସପାରୀ ହୋଇ ଯାଇଥିବା ଔଷଧକୁ ଏକାଠି କରି ଜଣେ ତିଆରି କରିଛନ୍ତି ଏକ ସୁନ୍ଦର କଳାକୃତି। ଦମନ ଚଳଚ୍ଚିତ୍ର ଓ ଏହାର କାହାଣୀ ଏବଂ ଅଭିନେତାଙ୍କୁ ସମ୍ମାନ ଜଣାଇ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଧୂଆମଡ଼ା ଗାଁର ଯୁବ ଚିତ୍ରଶିଳ୍ପୀ ରାଜେଶ କୁମାର ମହାରଣା ନିର୍ମାଣ କରିଛନ୍ତି ଏହି କଳାକୃତି ।
ସେ ବିଭିନ୍ନ ସ୍ଥାନରୁ ୪ ହଜାରରୁ ଊର୍ଦ୍ଧ୍ଵ ଅନୁପଯୋଗୀ ଔଷଧକୁ ସଂଗ୍ରହ କରିଥିଲେ । ଏହାପରେ ଔଷଧ ବଟିକାକୁ ଯୋଡ଼ି 'ଦମନ' ହିରୋ ବାବୁସାନଙ୍କର ଭିନ୍ନ ଭିନ୍ନ ପୋଷ୍ଟର ଆର୍ଟ କରିଛନ୍ତି । ବଟିକା ସବୁକୁ ଗୋଟି ଗୋଟି କରି ଯୋଡ଼ି ସେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଔଷଧ ବଟିକାକୁ କାଟିବା ଓ ଖୋଳରୁ ବାହାର କରିବା ପାଇଁ ରାଜେଶଙ୍କୁ ୮ରୁ ୧୦ଦିନ ସମୟ ଲାଗିଥିଲା। ଛୋଟ ଔଷଧ ବଟିକା ଓ ଏହାର ଖୋଳକୁ ସଜାଇ ୧୦/୬ଫୁଟ୍ର କଳାକୃତି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୮ଘଣ୍ଟା ସମୟ ଲାଗିଥିଲା।
ଏ ସମ୍ପର୍କରେ ରାଜେଶ କୁହନ୍ତି, ବିଭିନ୍ନ ସମୟରେ ଅନେକ କଥାବସ୍ତୁକୁ ନେଇ କଳାକୃତି କରିଥାଏ। ହେଲେ ଓଡ଼ିଆ ଚଳଚ୍ଚିତ୍ର 'ଦମନ' ପ୍ରତ୍ୟେକଟି ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି। ଏହାସହିତ ଚଳଚ୍ଚିତ୍ରରେ ବାବୁସାନ୍ଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଯେହେତୁ ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଚଳଚ୍ଚିତ୍ର। ଏଥିପାଇଁ ସେ ଔଷଧ ବଟିକା ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛନ୍ତି। ଏଥିରେ ତାଙ୍କୁ ପଦ୍ମିନୀ ସାହୁ ଓ ଶ୍ରୀତମ ସାହୁ ସହଯୋଗ କରିଥିଲେ ।
'ଦମନ' ଚଳଚ୍ଚିତ୍ରର ସଫଳ କାହାଣୀ ଯୋଗୁଁ ଚଳଚ୍ଚିତ୍ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ଅଧିକାରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଆ ଫିଲ୍ମ ଦମନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନଙ୍କ ଅଭିନୟକୁ ମଧ୍ୟ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି । ଏମିତିକି 'ଦମନ' ସମସ୍ତଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।












Click it and Unblock the Notifications