ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ, ୧୦ ହଜାରରୁ ଅଧିକ ଗୀତର କରିଛନ୍ତି କଣ୍ଠଦାନ
ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ । ଚେନ୍ନାଇରେ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଚେନ୍ନାଇ: କଳାଜଗତ ପାଇଁ ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ । ଚେନ୍ନାଇରେ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଚଳିତ ବର୍ଷ ତାଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ । ତାଙ୍କ ମତ୍ୟୁ ଖବର ପରେ ସଂଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ସେ ସଂଙ୍ଗୀତ ଜଗତର ଜଣେ ଜଣାଶୁଣା ଚେହେରା ଥିଲେ । ସେ ୧୦ ହଜାର ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ । ସଙ୍ଗୀତ ଜଗତରେ ସେ ୫୦ ବର୍ଷ ପୂରଣ କରିସାରିଛନ୍ତି ।












Click it and Unblock the Notifications